ମ୍ୟାଡମ୍ ମାନେ ଆଜିକାଲି ଲାଞ୍ଚଖୋର ହେଲେଣି କାହିଁକି ? ଗଜପତିରେ ଏକ ପୋଲିସ ମ୍ୟାଡ଼ାମ ନିଲମ୍ବିତ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଆଜି ଗଜପତି ଜିଲ୍ଲା ଏସପି ଲାଞ୍ଚ କାରବାରରେ ବାରମ୍ବାର ଲିପ୍ତ ରହୁଥିବା ଜନୈକ ପୋଲିସ ମ୍ୟାଡ଼ାମଙ୍କୁ ନିଲମ୍ବିତ କରିଛନ୍ତି । ଆଜିକାଲି ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ବହୁଳ ଭାବରେ ଦେଖିବାକୁ ମିଳୁଛି। ତା’ମାନେ ଆମ ରାଜ୍ୟରେ ଚାକିରୀ କରୁଥିବା ମ୍ୟାଡମ୍ ମାନେ କୁଆଡେ ଲୋଭି ହୋଇଯାଇଥିବା ଜଣା ଯାଇଛି । ବୋଧହୁଏ ଆମ ସରକାରରେ ମ୍ୟାଡମ୍ ମାନେ ନିର୍ଭୟରେ ଖୁଲମଖୁଲା କର୍ତ୍ତବ୍ୟ କରୁଛନ୍ତି । ଏହି ଦେଖୁନ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର ମାଡ଼ାମ ଲାଞ୍ଚ ନେଲେ ପୁଣି ଫେରାଇଲେ । ଘଟଣା ପ୍ରଘଟ ହେବା ପରେ ବଦଳି ହେଲେ। ହେଲେ ପ୍ରକୃତି ଛାଡ଼ିଲେ ନାହିଁ। ପ୍ରତିଶୋଧ ପରାୟଣ ହୋଇ ଅଭିଯୋଗକାରୀକୁ ଅପହରଣ କଲେ ଧରାପଡ଼ି ହରଡଘଣା ଫସି ଗଲେ। ଆଉ ଏବେ ଚାକିରିରୁ ନିଲମ୍ୱିତ ହେଲେ। ଏପରି ଖବର ଜଗପତି ଜିଲ୍ଲା ମୋହନାରୁ ଆସିଛି। ଗଜପତି ଏସ୍‌ପି ଏସ୍‌. ସ୍ଵାତୀ କୁମାର ତାଙ୍କୁ ନିଲମ୍ୱିତ କରିଛନ୍ତି। ଯୁବ ପଞ୍ଚାୟତ ଲୁଣ୍ଡ୍ରୁଜ୍‌ ଗାଁର ପ୍ରେରିତ ମାଝୀ ତାଙ୍କ ସମୁଦିଙ୍କ ଅଟୋ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜବତ ହୋଇଥିଲା। ସେହି ଅଟୋକୁ ମୁକାଳାଇବା ପାଇଁ ମୋହନା ଥାନାକୁ ଯାଇଥିଲେ ପ୍ରେରିତ ମାଝୀ। ଏଥିପାଇଁ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମଗା ଯାଇଥିଲା। ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି ପ୍ରେରିତ ମାଝୀ କହିଥିଲେ। ଡିଲ୍‌ ହେବା ପରେ ୮ ମାସ ତଳେ ସେ ମହିଳା ସବ୍‌ ଇନ୍ସପେକ୍ଟର ଜୋତ୍ସ୍ନା ରାୟଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ହେଲେ ଅଟୋକୁ ଛାଡ଼ି ନ ଥିଲେ। ପ୍ରେରିତ ମାଝୀ ମାର୍ଚ୍ଚ ୨୫ ତାରିଖରେ ଏନେଇ ଜୋତ୍ସ୍ନା ରାୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ଦୁଇ ଦିନ ପାରେ ଅର୍ଥାତ ମାର୍ଚ୍ଚ ୨୭ ତାରିଖରେ ତତ୍କାଳୀନ ଥାନା ଅଧିକାରୀଙ୍କ ଉପସ୍ଥତିରେ ମାମଲା ସମାଧାନ ହୋଇଥିଲା। ସବ୍‌-ଇନ୍ସପେକ୍ଟ ଜୋତ୍ସ୍ନା ରାୟ ୨୦ ହଜାର ଟଙ୍କା ଫେରାଇଥିଲେ। ଭବିଷ୍ୟତରେ ଆଉ କେବେ ପ୍ରେରିତମଝିକୁ ହଇରାଣ କରିବେ ନାହିଁ ବୋଲି ଜୋତ୍ସ୍ନା ରାୟ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।ସେପଟେ ଏହି ଘଟଣା ତଥା ଲାଞ୍ଚ ଟଙ୍କା ଫେରାଇବା ଘଟଣା ପ୍ରଘଟ ହେବା ପରେ ଜୋତ୍ସ୍ନା ରାୟଙ୍କୁ ଗଜପତି ଏସ୍‌ପି ଜିଲ୍ଲା ପୁଲିସ୍‌ ହେଡ୍‌ କ୍ୱାଟରକୁ ବଦଳି କରିଥିଲେ। ହେଲେ ସୁଧୁରି ନଥିଲେ ସବ୍‌ ଇନ୍ସପେକ୍ଟର ଜୋତ୍ସ୍ନା ରାୟ। ଲାଞ୍ଚ ଘଟଣାକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଗତ ମାସ ୨୬ ତାରିଖରେ ଏକ ମାମଲାରେ ସାକ୍ଷୀ ଦେବାକୁ ମୋହନା କୋର୍ଟ ଆସିଥିବା ବେଳେ ସବ୍‌-ଇନ୍ସପେକ୍ଟ ଜୋତ୍ସ୍ନା ରାୟ କିଛି ଲୋକଙ୍କ ସହାୟତାରେ ପ୍ରେରିତ ମାଝିଙ୍କୁ ନିକଟସ୍ଥ ଜଙ୍ଗଲକୁ ଅପହରଣ କରି ନେଇଥିଲେ। ସେଠାରେ ଏକ ଧଳା କାଗଜରେ ସ୍ୱାକ୍ଷର କରିବାକୁ ବାଧ୍ୟ କରିଥିଲେ। କିଛି ଉପାୟ ନପାଇ ପ୍ରେରିତ ଧଳା କାଗଜରେ ସ୍ୱାକ୍ଷର କରିଥିଲେ। ସେମାନଙ୍କ କବଳରୁ ପ୍ରେରିତ ମୁକୁଳିବା ପରେ ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସବ୍‌-ଇନ୍ସପେକ୍ଟ ଜୋତ୍ସ୍ନା ରାୟଙ୍କୁ ଗଜପତି ଏସ୍‌ସି ନିଲମ୍ବିତ କରିଥିବା ଖବର ମିଳିଛି ।