ମୌସୁମୀ ଆସୁଛି : ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୌସୁମୀ ଆସୁଛି । ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଆହୁରି ଅନେକ ଅଂଶ, ସମ୍ପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଛୁଇଁ ସାରିଛି ମୌସୁମୀ । ଆଗାମୀ ୨ରୁ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଆହୁରି କିଛି ଭାଗ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା ନେଇ ସୂଚନା ଦେଇଥିଲା ଆଇଏମଡି । ତେବେ ଓଡ଼ିଶାକୁ ମୌସୁମୀ କେବେ ଛୁଇଁବ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରାଯାଇ ନାହିଁ । ତଥାପି ଅତି ନିକଟରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗିରହିବ ବୋଲି ଜଣାପଡିଛି ।