ମୌଳିକ ଅଧିକାର କ୍ଷୁଣ୍ନ କରୁଛନ୍ତି ସରକାର : ଚନ୍ଦ୍ରଶେଖର ନାଇଡୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୌଳିକ ଅଧିକାର କ୍ଷୁଣ୍ନ କରୁଛନ୍ତି ସରକାର ବୋଲି ବ୍ରହ୍ମପୁର କଂଗ୍ରେସ ନେତା ଚନ୍ଦ୍ରଶେଖର ନାଇଡୁ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଦକ୍ଷିଣ ଓଡିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ଏବେ କରୋନା ପାଇଁ ପୂବ ଭାରତରେ ହଟସ୍ପଟରେ ପରିଣତ ହୋଇଛି । ଏହାର କାରଣ ସରକାର ପ୍ରଭାବଶାଳୀ ଜନସ୍ୱାସ୍ଥ୍ୟ ଉପଲବ୍ଧ ନକରାଇବା, ଚିର ଅବହେଳିତ, ରାଜ୍ୟରେ କର୍ମ ନିଯୁକ୍ତି ନ ପାଇ ବାହାର ରାଜ୍ୟରେ କାମ କରିବା । ଏହି ଅଚଳ ଏବେ ପ୍ରତିଦିନ କରୋନା ସଂକ୍ରମଣରେ ଅଧିକ ଜଜରିତ । ଫଳ ସ୍ୱରୁପ ଏହି ଅଞ୍ଚଳ ଏବେ କରୋନାଜନିତ ମୃତ୍ୟୁହାର ସାରା ରାଜ୍ୟରେ ସବାଧିକ । ଅନ୍ତଜିଲ୍ଲା ପ୍ରବେଶ ପ୍ରତିବନ୍ଧକ ଏବେ କରୋନା ଚିକିତ୍ସା କ୍ଷେତ୍ରରେ ନିଷ୍ଠୁର ହୋଇଯାଇଛି । ପ୍ରଭାବିତ ଲୋକ ଭୂବନେଶ୍ୱର ଯାଇ ଉଚ୍ଚତ୍ତର ଚିକିସ୍ଥା ସୁବିଧା ଚାହୁଁଥିବା ବେଳେ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯାହା ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ କ୍ଷୁଣ୍ନ କରୁଛି । ଅନ୍ତଜିଲ୍ଲା ପ୍ରବେଶ ପ୍ରତିବନ୍ଧକ ଏବେ କରୋନା ଚିକିତ୍ସା ଓ ଅନ୍ୟାନ୍ୟ ଗୁରୁତର ରୋଗର ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଯାହା ଗ୍ରହଣୀୟ ନୁହଁ । ଏହି ସବୁ ଅଂଚଳରୁ ଏବେ ଲୋକମାନଙ୍କୁ ଭୁବନେଶ୍ୱର ଓ ବିଶାଖାପାଟଣାରେ ଉନ୍ନତ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧ ଥିବାରୁ ସେଠାକୁ ଯିବାକୁ ଅନୁମତି ଦିଆଯିବା ଦରକାର । ଓଡିଶା ଭଳି ବିହାର ମଧ୍ୟ ନିଜ ରାଜଧାନୀ ପାଟଣାକୁ କାହାର ପ୍ରବେଶ ନିଷେଧ କରିଛି । ତେବେ ଭୁବନେଶ୍ୱରରେ ଉନ୍ନତ ଚିକିସ୍ଥା ସୁବିଧା କଣ ବଡବଡିଆଙ୍କ ପାଇଁ ଓ ସାଧାରଣ ଲୋକ କଣ ମୃତ୍ୟୁକୁ ଆଦରି ନେବେ ? ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହି ଜିଲ୍ଲାବାସୀ ଅଗାଧ ବିଶ୍ୱାସରେ ବିପୁଳ ଜନମତ ଅଜାଡି ଦେଇଥିଲେ । ତେଣୁ କୋରୋନା ଜନିତ ମୃତ୍ୟୁକୁ ରୋକିବା ପାଇଁ ଜିଲ୍ଲା ପ୍ରବେଶ ପ୍ରତିବନ୍ଧ ହଟାନ୍ତୁ ବୋଲି ଦାବି କରିଛନ୍ତି । ଏହାସହ ଜନସାଧାରଣଙ୍କୁ ଅନୁରୋଧ ନିଜ ନିଜର ମେଡିକାଲ ସୁବିଧା ଓ ନିଜର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରନ୍ତୁ ନ ହେଲେ ଆମ ଅଧିକାର ଆମ ପାଇଁ ଅପହଞ୍ଚ ହୋଇଯିବ । ଏକ ଜନମଙ୍ଗଳ ରାଜ୍ୟରେ ଏହା ରାଜ୍ୟ ସରକାରଙ୍କ ନୈତିକ ଦାୟୀତ୍ୱ ସାଧାରଣ ନାଗରିକ କିଭଳି ମୌଳିକ ସୁବଧା ପାଇବ । ତେଣୁ ସରକାରଙ୍କୁ ନିବେଦନ ଦୟାକରି ଜନସାଧାରଣଙ୍କ ଜୀବନ ଓ ମୃତ୍ୟୁ ପରିସ୍ଥିତିରେ ଲୋକଙ୍କୁ ଜୀବନ ଜିତିବାର ସୁଯୋଗ ଦିଅନ୍ତୁ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା