ମୋ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆସିକା (ସମୃଦ୍ଧ ଓଡିଶା) ମୋ ତହସିଲ୍ କାର୍ଯ୍ୟକ୍ରମ ଆସିକା ତହସିଲ ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ତହସିଲଦାର ସଦାନନ୍ଦ ସେଠୀ, ବ୍ଳକ ଚେୟାରମ୍ୟାନ ହରେକୃଷ୍ଣ ମଲ୍ଲିକ, ଅତିରିକ୍ତ ତହସିଲଦାର ଆଶୁତୋଷ ଗୌରବ କର, ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଥିଲା । କିଛି ସମସ୍ୟାର ଆଶୁ ସମାଧାନ କରିବା ସହିତ ତହସିଲ କାର୍ଯ୍ୟାଳୟ ପକ୍ଷରୁ କର୍ମଚାରୀମାନଙ୍କୁ ନେଇ ଜନସାଧାରଣଙ୍କ ଜମିଜମା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରପଞ୍ଚ ନିଳାଞ୍ଚଳ ଗୌଡ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା