ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆସିକା (ସମୃଦ୍ଧ ଓଡିଶା) ମୋ ଗେଲ୍ଲାଝିଅ କାର୍ଯ୍ୟକ୍ରମ ଆସିକା ଓମ୍ ଜୁଏଲର୍ସ ଗଳି ନିକଟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇ ଥିବା ବେଳେ ଆସିକା ସିଡିପି ଓ ଭାରତୀ ମହାପାତ୍ର, ଏନ୍ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜେଡି ନେତା ଦୀଲିପ କୁମାର ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ପରିଡା, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ଅନିମା ପରିଡା, ଗୋବିନ୍ଦ ବିଷୋୟୀ, ଜିତେନ୍ଦ୍ର ମହାରଣା, ଦେବାଶିଷ ପଣ୍ଡା, ଚିଦାନନ୍ଦ ଆଚାରୀ, କାହ୍ନୁ ବେହେରା, ସ୍ୱଚ୍ଛସାଥି ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶିଶୁ କନ୍ୟାର ସମାଜରେ ଭୂମିକା ଓ ଗୁରୁତ୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଆସିକା ସାଂସଦ ପ୍ରମିଳା ବିଷୋୟୀ କହିଥିଲେ । ଏହାସହ ଉପସ୍ଥିତ ଥିବା ସମସ୍ତ ଅତିଥି କନ୍ୟାଭୃଣ ହତ୍ୟା ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଜାରି ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା