ମେ’ ୧୭ ପର୍ଯ୍ୟନ୍ତ ଦେଶରେ ବଢ଼ିଲା ଲକଡାଉନ…

ନୂଆଦିଲ୍ଲୀ/ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମଇ ମାସ ୩ ତାରିଖରେ ଶେଷ ହେବାକୁ ଥିବା ଲକଡାଉନ ପୁଣି କେନ୍ଦ୍ର ସରକାର ୨ ସପ୍ତାହ ବଢ଼ାଇ ଦେଇଛନ୍ତି । କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନକୁ ମଇ ୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ମେ’ ୪ରୁ ୧୭ ତାରିଖ ଯାଏଁ ଲକଡାଉନ କାର୍ଯ୍ୟକାରୀ ହେବ । କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ ହୋଇଥିଲା । ପରେ ଏପ୍ରିଲ ୧୪ରୁ ମେ’ ୩ ଯାଏଁ ବଢ଼ାଇ ଦିଆଯାଇଥିଲା । ଅର୍ଥାତ ଦେଶରେ ୪୦ ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମେ’ ୩ ରାତି ୧୨ଟାରେ ଶେଷ ହେବାର ଥିଲା । କିନ୍ତୁ ଆଜି କେନ୍ଦ୍ର ସରକାର ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି । ମେ’ ୧୭ ତାରିଖ ରାତି ୧୨ଟା ଯାଏ ଏହି ଲକଡାଉନ ନିୟମ ବଳବତ୍ତର ରହିବ ବୋଲି ଘୋଷଣା ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମନ୍ତ୍ରଣାଳୟ ଏପରି ଘୋଷଣା କରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଦୁଇ ଥର ଦେଶବାସୀଙ୍କୁ ଉଦବୋଧନ ଦେଇ ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିଲେ । ହେଲେ ଏଥିର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛି । ଏହା ୧୭ ତାରିଖ ଯାଏଁ ଚାଲିବ । ଅର୍ଥାତ ପୁଣି ଦେଶ ରହିବ ସମ୍ପୂର୍ଣ୍ଣ ଶୂନଶାନ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା ଓ ଶୁଧାଂଶୁ ଶେଖର