‘ମେ ଆଇ ହେଲ୍ପ ୟୁ’ ମୋ ପରିବାରର ରକ୍ତଦାନ ଶିବିର : ୮୧ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳର କେତେଜଣ ଯୁବକ, ଛାତ୍ର ମିଶି ଗଠନ କରିଥିବା ମେ ଆଇ ହେଲ୍ପ ୟୁ- ମୋ ପରିବାର ସମାଜ ସଚେତନତା କାର୍ଯ୍ୟ କରିଚାଲିଛି । ଆଜି ଜଳେଶ୍ୱର କେନ୍ଦ୍ରସ୍ଥଳୀ ସତ୍ୟନାରାୟଣ ମନ୍ଦିର ପରିସରରେ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହାକୁ ଆଇଆଇସି ମାନସ କୁମାର ଦେଓ ଉଦ୍‌ଘାଟନ କରି ସାମ୍ପ୍ରତିକ ସମାଜରେ ଯୁବଶକ୍ତିନିଜକୁ ସମାଜସେବା ଓ ପରହିତ ଲାଗି ଉତ୍ସର୍ଗ କଲେ ସାମାଜିକ ବିକାଶ ଘଟିବ ବୋଲି କହିଥିଲେ । ସଂଗଠନର ଆବାହକ ଜଗନ୍ନାଥ ପରିଡାଙ୍କ ତତ୍ୱାବଧାନରେ ସତ୍ୟବ୍ରତ ପ୍ରମାଣିକ, ଆସୁତୋଷ ଜେନା, ଅଜିତ୍ ଜେନା, ଅକ୍ଷୟ ଜେନା, ସନ୍ଦିପ ମହାନ୍ତି, ତୋଫାନ ଆଚାର୍ଯ୍ୟ, ଜୟଦେବ ସାମଲ, ସଂଜିତ ପରିଡା, କାଳିଚରଣ ରାଜ, ରମେଶ ଜେନା, ସତ୍ୟବ୍ରତ ପଣ୍ଡା, ଶିବଶଂକର ସାହୁ, ବ୍ରଜକିଶୋର ଗିରି, ରାଜେଶ ପରିଡା, ରିପନ କର, ବିନିରାଣୀ ଜେନା, ଦେବୀରାଣୀ ପରିଡା, କାଂଚନ ଜେନା, ରାଜଶ୍ରୀ ଜେନା, ସୀମାରାଣୀ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଏଥିରେ ରକ୍ତଭଂଣ୍ଡାରର ଡାକ୍ତର ଡା, ମହେଶ ଚନ୍ଦ୍ର ବିଶ୍ୱାଳ ଓ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଯୋଗ ନେଇଥିଲେ । ଏଥିରେ ୮୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।