ମେଗା ରକ୍ତଦାନ ଶିବିର : ୩୩୪ ୟୁନିଟ୍ ସଂଗ୍ରହ କରି ବ୍ଲକରେ ପ୍ରଥମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୁର୍ଘଟଣାଗ୍ରସ୍ତ ରୋଗୀ ଓ ଥେଲାସେମିଆ ରୋଗୀଙ୍କ ଆବଶ୍ୟକ ହେଉଥିବା ରକ୍ତ ଜିଲାର ବିଭିନ୍ନ ରକ୍ତଦାନ ଶିବିରରୁ ସଂଗ୍ରହ କରାଯାଉଥିବା ବେଳେ ଆଜି ବୁଖାରି ବାବା ଅର୍ଡର ସପ୍ଲାୟ ଓ ଜିଲା ରକ୍ତଦାତା ସଂଘର ମିଳିତ ଉଦ୍ୟମରେ ଜଳେଶ୍ୱର ମ୍ୟୁନିସିପାଲଟିର ୧ନଂ ୱାର୍ଡ ଝାଡେଶ୍ୱରପୁରଠାରେ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୩୩୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବାରୁ ତାହା ଚଳିତ ବର୍ଷ ବ୍ଲକର ସର୍ବାଧିକ ସଂଗହ କରି ରେକର୍ଡ ସୃଷ୍ଟି କରିଥିବା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତର କହିଛନ୍ତି । ଏହି ରକ୍ତଦାନ ଶିବିରକୁ ସେକ୍‌ଇସ୍‌ଲାମ ଉଦ୍‌ଘାଟନ କରିଥିବା ବେଳେ ସେକ୍ ମୁସଲିମ୍‌, ସେକ୍ ସାଜନ୍‌, ସାଇରା ବିବି, ଜାଇରା ବିବି , ପ୍ରତାପ କେଶରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ରକ୍ତଭଣ୍ଡାରର ଡ. ମହେଶ ଚନ୍ଦ୍ର ବିଶ୍ୱାଳ, ଡ. ଅଜିତ୍ ମହାନ୍ତି, ନବେନ୍ଦୁ ପ୍ରଧାନ, ଗୋବିନ୍ଦ ସାହୁ, ପାର୍ଥ ସାରଥି କର, ଜିତାଂଶୁ ସେଖର ନନ୍ଦି, ଲକ୍ଷ୍ମୀଧର ବାରିକ, ନିତାଇଲାଲ ଦେ, ସେକ୍ ସମିରୁଦ୍ଦିନ, ସୁଧିର ମହାନ୍ତି, ମଧୁସୂଦନ ସେନାପତି, ମନୋରଂଜନ ଦାସ, ଆଶିଷ ଗିରି, ସମୀର ପାତ୍ର, ସୁଦାମ ପାତ୍ର, ରିଆଜ ଖାଁ, ସେକ୍ ରମ୍‌ଜାନ, ତପନ କୁମାର ଜେନାଙ୍କ ସହିତ ସତ୍ୟରଜଂନ ମହାପାତ୍ର, ସିର୍ଦ୍ଧାଥ ପ୍ରଧାନ, ସଂଜୀବ ମହାନ୍ତି, ଏସ୍‌କେ ସଫିର, ବିଦ୍ୟୁତ୍ ପାଲ, ଗରମ ମହାପାତ୍ର, ମୋତି ଖାଁ, ଏସ୍‌କେ ସାମ୍‌ସେଦ୍‌, ଏସ୍‌କେ ସୈଫଅଲ୍ଲି, ଏସ୍‌କେ ମଇମୁଦ୍ଦିନ, ଇନ୍‌ତାଜ୍ ଖାଁ, ସେକ୍ ଲ୍ଲା ଖାନ୍‌, ଏସ୍ ଆଜମିର, ଏସ୍‌.କେ ସନୁ ଖାଁ ପ୍ରମୁଖ ପରିଚାଳନା କରିଥିଲେ । ଆୟୋଜକ ସେକ୍ ରକ୍ତଦାତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।