ମେଗା ରକ୍ତଦାନ ଶିବିର ଲାଗି ପ୍ରସ୍ତୁତି ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋଭିଦ୍ କଟକଣା ସମୟରେ ଥେଲାସେମିଆ ଓ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ରକ୍ତ ଯୋଗାଇବା ପାଇଁ ରକ୍ତ ଭଣ୍ଡାରରେ ଯଥେଷ୍ଟ ପରିମାଣରେ ରକ୍ତର ଅଭାବ ଦେଖା ଦେଇଥିବାରୁ ଏବେ ବିଭିନ୍ନ ସ୍ୱଚ୍ଛୋସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ବାଲେଶ୍ୱର ଜିଲାରେ ୬୫୦ରୁ ଉର୍ଦ୍ଧ୍ୱ ଥେଲାସେମିଆ ରୋଗୀ ରହିଛନ୍ତି । ଚଳିତ ୨୦୨୦ର ଶେଷରେ ଅର୍ଥାତ୍ ଡିସେମ୍ବର ୨୭ ତାରିଖ ରବିବାର ଦିନ ଜଳେଶ୍ୱର ଗ୍ୟାରେଜ ବଜାର ନିକଟରେ ବୁଖାରୀବାବା ସପ୍ଲାୟାର ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବାର ପ୍ରସ୍ତିତ ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ସଭାପତିତ୍ୱ କରିଥିବା ବେଳେ ଆୟୋଜକ ସେକ୍ ଇସ୍‌ଲାମ୍‌, ଅନୁଷ୍ଠାନର ମୁଖ୍ୟ ସେକ୍ ସାଜନ୍‌, ସେକ୍ ଅବଦୁଲ ରହିମ୍‌, ରିଆଜ୍ ଖାନ୍‌, ପ୍ରତାପ କେଶରୀ ମହାପାତ୍ର (ବସ୍ତା), ସେକ୍ ନୌସାଦ, ବିଦ୍ୟୁତ୍ ପାଲ, ଇସ୍ମାଲ ଖାନ୍‌, ଏସ୍ କେ ସାମସେର୍‌, ସତ୍ୟରଂଜନ ମହାପାତ୍ର, ସଂଜିବ ମହାନ୍ତ, ଇନ୍‌ତାଜ୍ ଖାନ୍‌, ଏସ୍‌.କେ ସାପିର୍‌, ମୋତି ଖାନ୍‌, ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।