ମୃତଦେହ ଚିହ୍ନଟରେ ବଢ଼ୁଛି ଦ୍ୱନ୍ଦ୍ୱ : ଗୋଟିକୁ ଅନେକ ଦାବୀଦାର

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବାଲେଶ୍ୱର ଜିଲ୍ଳା ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୃତ୍ୟ ବରଣ କରିଥିବା ଯାତ୍ରୀମାନଙ୍କୁ ଭୁବନେଶ୍ୱର ଅଣାଯାଇ ବିଭିନ୍ନ ହସ୍ପିଟାଲରେ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛି ୧୭୦ମୃତ ଦେହ । ଏବେ ଜାରି ରହିଛି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା। ମୃତ ଦେହକୁ ତାଙ୍କ ଘରେ ପହଁଚିବା ଯାଏଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଡେଥ ସାର୍ଟିଫିକେଟ ପରେ ରେଜିଷ୍ଟ୍ରି ପୋଷ୍ଟରେ ପଠା ଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଭୁବନେଶ୍ୱ ଏମସ ସହ ଅନ୍ୟ ହସପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ପ୍ରଶାସନ ପାଇଁ ଅଡ଼ୁଆ ସୃଷ୍ଟି କରୁଛି । ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର ଅମୃତ କୁଲାଙ୍ଗେ କହିଛନ୍ତି। ଏହି ମୃତଦେହ ଗୁଡ଼ିକ ପଠାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ତିନି ଦିନ ବିତିଯାଇଥିଲେ ମଧ୍ୟ ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି। କାରଣ ୟା ଭିତରୁ ଅଧିକାଂଶ ଶବର ସ୍ଥିତି ଯାହା, ଚିହ୍ନିବା ଅବସ୍ଥାରେ ବି ନାହିଁ। ଏଥିଯୋଗୁଁ ସେମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଇଛି। ଏହାସହ ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଛନ୍ତି। ଦୁର୍ଘଟଣାକୁ ୩ ଦିନ ପୂରିଥିଲା ବେଳେ ମୃତଦେହ ଗୁଡ଼ିକ ପଚି ଯିବାର ଭୟ ରହିଛି। ଏଥିପାଇଁ ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀଦଳ ମୃତଦେହରେ ବିଭିନ୍ନ କେମିକାଲ ଦେଇ ସଂରକ୍ଷିତ ରଖିଛନ୍ତି। ଏହାସହ ଆହତମାନଙ୍କ ଚିକିତ୍ସା ଯୁଦ୍ଧକାଳୀନ ଭତ୍ତିରେ କରାଯାଉଛି।