ମୁଢ଼ି ଓ କ୍ଷୀର ଆଦି ସାମଗ୍ରୀ ଉପରେ ଜୁଲାଇ ୧୮ରୁ ଲାଗିବ ଜିଏସଟି…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଏବେ ମୁଢି ଉପରେ ବି ଲାଗିବ ଜିଏସଟି । ଏ ନେଇ ଜିଏସଟି ବୈଠକରେ ନିଷ୍ପତି ନିଆଯାଇଛି । ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଭଳି ୫% ପ୍ରତିଶତ ଜିଏସଟି ଲାଗିବ । ମୁଢି, ଚୂଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ । ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେଜ ଆଣ୍ଡ କଷ୍ଟମ୍ସ (ସିବିଡିଟି)ର ନୂଆ ବିଜ୍ଞପ୍ତି ଅନୁଯାୟୀ ୧୮ ଜୁଲାଇ ଅର୍ଥାତ ସୋମବାରଠୁ ଜିଏସଟି ହାର ଲଗାଯିବ । ଏହି କାରଣରୁ କ୍ଷୀର ଜାତୀୟ ପ୍ୟାକିଙ୍ଗ ହେଉଥିବା ଦ୍ରବ୍ୟ ମହଙ୍ଗା ହୋଇଯିବ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦ ବୈଠକରେ କ୍ଷୀର ଜାତୀୟ ଦ୍ରବ୍ୟକୁ ପ୍ରଥମ ଥର ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଟେଟ୍ରା ପ୍ୟାକ ଦହି, ଲସି ଏବଂ ବଟର ମିଲ୍କ ଉପରେ ୫ ପ୍ରତିଶତ ଜିଏସଟି ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହିପରି ବ୍ଲେଡ, ପେପର କଇଁଚି, ପେନସିଲ କଟର, ଚାମଚ, କଣ୍ଟା ଚାମଚ, ସ୍କିମର୍ସ ଏବଂ କେକ ସର୍ଭିସ ଆଦି ଦ୍ରବ୍ୟ ଉପରେ ସରକାର ଜିଏସଟି ବୃଦ୍ଧି କରିଛନ୍ତି । ଏବେ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯିବ । ସୂଚନାଥାଉ କି, ଓଡିଶାରେ ମୁଢି ଏକ ପ୍ରିୟ ଖାଦ୍ୟ । ମୟୁରଭଞ୍ଜ, ବାଲେଶ୍ୱର ଭଦ୍ରକ ସହ ଉପକୂଳବର୍ତୀ ଜିଲ୍ଲାରେ ମୁଢିକୁ ପ୍ରମୁଖ ଖାଦ୍ୟ ଭାବେ ନିଆଯାଏ । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା