ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ମାସର ପେନସନ ଦାନ କଲେ ଅବସରପ୍ରାପ୍ତ କର୍ମଚାରୀ କ୍ଷେତ୍ରୀ ଲୁହାର…

ପଦ୍ମପୁର(ସମୃଦ୍ଧ ଓଡିଶା) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ଗ୍ରାମର ଅବସରପ୍ରାପ୍ତ ସେକ୍ସନ ଅଫିସର କ୍ଷେତ୍ରୀ ଲୁହାର ଆଜି ପୂର୍ବାହ୍ନରେ କରୋନା ସଂକ୍ରମଣ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତାଙ୍କର ତିନି ମାସର ପେନସନ୍ ରାଶି ୯୫,୫୯୨ ଟଙ୍କା ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଜରିଆରେ ପ୍ରଦାନ କରିଛନ୍ତି । ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଉପଜିଲ୍ଲାପାଳ ପ୍ରସଂଶା କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସହକାରୀ ଜିଲ୍ଲାପାଳ ଅନୀଲ କୁମାର ହୋତା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ