ମିହିର ଦାସଙ୍କ ବିୟୋଗରେ ନିର୍ଦ୍ଦେଶକ ସଂଘ ପକ୍ଷରୁ ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ କଳାକାର ଜଗତ ଶୋକରେ ବିଲୀନ ହୋଇଯାଇଥିବା ବେଳେ କଳାକାର ଜଗତ ପାଇଁ ଏହା ଏକ ଅପୁରଣୀୟ କ୍ଷତି ହୋଇଛି । ତାଙ୍କ ବିୟୋଗରେ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜଗୋପାଳ ପାଢ଼ୀ ଗଭୀର ଶୋକବ୍ୟକ୍ତ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣେଇଛନ୍ତି । ଜଣେ ବର୍ଷିଆନ ଅଭିନେତା ଭାବେ ମିହିର ଦାସଙ୍କ ଅଭିନୟ ସବୁବେଳେ ଅଭୁଲା ଓ ଚୀର ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ପାଢ଼ୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ସଙ୍ଘ ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା, ରାଜ୍ୟ ଉପସଭାପତି ଟୁଟୁ ପାଢ଼ୀ, ମେଜର ରମାରମଣ ପାଢ଼ୀ, ରାଜୁ ପାଢ଼ୀ, ରମେଶ ମହାରଣା, ମଦନ ମିଶ୍ର, ଡା.ତିରୁପତି ସାହୁ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସମସ୍ତ କର୍ମକାର୍ତ୍ତାବ ସଦସ୍ୟ ମିହିର ଦାସ ଭଳି ଜଣେ ଅଭିନେତା ଆଉ ଥରେ ଜନ୍ମ ନେବା ହୁଏତ ଅସମ୍ଭବ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

ରିପୋର୍ଟ : ଜିଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା