ମିଶନ ରାଣୀ ମାଁ ମାରୀୟାଙ୍କ ପର୍ବ ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମିଶନ ରାଣୀ ମାଁ ମାରୀୟାଙ୍କ ଉଦଘାଟନ ପର୍ବ କୋଭିଡ କଟକଣା ନିୟମ ଅନୁଯାୟୀ ମିଶନ ରାଣୀ ମହାଦେବାଳୟରେ ଅନୁଷ୍ଠିତ ହୋଇଯାଇଛି l ଏହି ପବିତ୍ର ନବୀନା ଉତ୍ସଵ ବୁଧବାର ଠାରୁ ଆରମ୍ଭ ହୋଇ ଆଗାମୀ ତା.୨୬.୧୧.୨୦୨୦ ରିଖ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ତା.୨୭.୧୧.୨୦୨୦ ରିଖ ଦିନ ମିଶନ ରାଣୀ ମାଁ ମାରୀୟାଙ୍କ ପର୍ବ ଭକ୍ତିଭାଵ ସହ ପବିତ୍ର ଦିବ୍ୟଯଜ୍ଞ ଉତ୍ସର୍ଗ କରି ପାଳନ କରାଯିବ ବୋଲି କୁହାଯାଇଛି l ଆଜିର ଏହି ପବିତ୍ର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ, ସହକାରୀ ଯାଜକ ପ୍ରଭୁଦାସ ନାୟକ, ଯାଜକ କୁମୁଦ ଓ ଯାଜକ ଯୁସମାନ ନାୟକ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ । ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ ଏବଂ ”କାନ୍ନା ଗ୍ରାମରେ ମାଁ ମାରୀୟାଙ୍କ ଅନୁରୋଧ କ୍ରମେ ପ୍ରଭୂ ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟ କର୍ମ”, ବିଷୟରେ ଉଦବୋଧନ ଦେଇ ମଣ୍ଡଳୀର ମାର୍ଗ ଦର୍ଶନ କରିଥିଲେ । ବ୍ରହ୍ମପୁର ଧର୍ମାଞ୍ଚଳର JESUS YOUTHର ଯୁବ ଗୋଷ୍ଠି ସଙ୍ଗୀତ ଗାୟନ ସହ ଦିବ୍ୟଯଜ୍ଞରେ ସାହାଯ୍ୟ କରିଥିଲେ । ଏହି ଉଦଘାଟନ ନବୀନା ଉତ୍ସଵର ଶୃଙ୍ଖଳିତ ଓ ସୁନ୍ଦର ପରିଚାଳନା ନିମନ୍ତେ ଅନୁଷ୍ଠାନର ସେବାଭ୍ରାତା ଓ ସେବାଭଗ୍ନୀ ଗଣ, ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହାସହିତ ଅନ୍ୟ ସମସ୍ତ ମଣ୍ଡଳୀ ବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଅନଲାଇନ(online) ମାଧ୍ୟମର ବ୍ୟବସ୍ଥା କରାଯାଇ ପର୍ବର ମଳାଜପ ଓ ଦିବ୍ୟଯଜ୍ଞ ସାମାଜିକ ଗଣମାଧ୍ୟମ ୟୁଟୁବ (youtube) ଦ୍ୱାରା ପରିବେଷଣ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା