ମିଳୁନାହିଁ ଚାଷୀକୁ ଗଣ୍ଠିପୋକ ଓ ପତ୍ରପୋଡ଼ା ରୋଗ ପାଇଁ ଔଷଧ…

ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ବ୍ଲକରେ ହେବା ଫଳରେ ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । କୃଷି ବିଭାଗ ଦ୍ୱାରା ଚାଷୀଙ୍କୁ ରିହାତି ମୂଲ୍ୟରେ କିଟନାଶକ ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ପଦ୍ମପୁର କୃଷି ସୂଚନା କାର୍ଯ୍ୟାଳୟରେ ତାର ବ୍ୟତିକ୍ରମ ଦେଖୁବାକୁ ମିଳିଛି । ହଜାର ହଜାର ଚାଷୀଙ୍କ ଧାନ ଚାଷ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଲେ କେତେ ହାତ ଗଣତି କିଛି ଚାଷୀଙ୍କୁ ଔଷଧ ବଣ୍ଟନ କରାଯାଇଛି ତାହା ମଧ୍ୟ ଗୋଟିଏ କି ଦୁଇଟି ଯାହା ଗୋଟିଏ ଏକର ପାଇଁ କମ ପଡିବ । ସେହି ହାତଗଣତି ଚାଷୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଔଷଧ ପ୍ରଦାନ କରାଯାଇନାହିଁ ଅବଶ୍ୟକ ମୁତାବକ । ଔଷଧ ପାଇବା ଆଶାନେଇ ଆଶିଥିବା ହଜାର ହଜାର ଚାଷୀ ନିରାଶ ହୋଇ ଫେରିଛନ୍ତି ଘରକୁ । ଔଷଧ ଆସିବା ଯାଏଁ ଅପେକ୍ଷା କରିବେନି ତେଣୁ ବାହାରୁ ଔଷଧ କିଣିବା ପାଇଁ ବାଧ୍ୟ ହେବେ । ସ୍ଥାନୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ଏପରି ହଇରାଣ ହେଉଛନ୍ତି ବାରମ୍ବାର ବୋଲି ଅଭିଯୋଗ ହୋଇଛି । ବାରମ୍ବାର ଚାଷୀଙ୍କୁ ଔଷଧ ପ୍ରଦାନ କରାଯିବ ବୋଲି ଅଧିକାରୀ ଚାଷୀଙ୍କୁ ଆଶ୍ବାସନା ଦେଉଛନ୍ତି ଯାହାକୁ ଅପେକ୍ଷା କଲେ ଚାଷୀର ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବ । ଯେଉଁ ଔଷଧ ଦିଆଯାଇଛି ତାହା ପୁଣି ମାତ୍ର ୨୫ ଦିନ ପରେ ଏକ୍ସାରୀ ହୋଇଯିବ । ଅଫିସର ମାନଙ୍କୁଙ୍କ ବାରମ୍ବାର ଖାମଖିଆଲି ନୀତି ପାଇଁ ଚାଷୀମନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ କୋଣସି ଚାଷୀକୁ ରସିଦ ଦିଆଯାଉନାହିଁ, ତାର ପଇଠ କରିଥିବା ଟଙ୍କାର, ସେଥିରେ ମଧ୍ୟ ଅଫିସର ଚାଲାକୀ ଦେଖାଉଛନ୍ତି । ଯଦି କୋଣସି ଔଷଧ ଫେଲମାରେ ଏବଂ ଚାଷ ନଷ୍ଟ ହୁଏ ଅତି ସହଜରେ ଅଫିସର ନିଜ ମୁଣ୍ଡରୁ ଦୋଷ କାଢ଼ି ନେବେ । ଏହାଶହ ସରକାରୀ ମୁଲ୍ୟରୁ କିଛି ଅଧିକ ଟଙ୍କା ନେଲେ ମଧ୍ୟ ଧରା ପଡିବେ ନାହିଁ ଅଫିସରମାନେ ବୋଲି କୁହାଯାଇଛି ।

ରିପୋର୍ଟ – ନିରୋଜ କୁମାର ପାଣୀ