ମା କନ୍ଧୁଣି ଦେବୀ କ୍ରିକେଟ୍ କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସୋରଡ଼ା ବ୍ଲକ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ପଦରାଇସୁଣୀ ଗ୍ରାମ ନିକଟରେ ଥିବା ବନ୍ଦର ମିନିଷ୍ଟାଡ଼ିୟମ୍ ଠାରେ “ମା କନ୍ଧୁଣି ଦେବୀ କ୍ରିକେଟ୍ କ୍ଲବ” ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ପରିଷଦ ସଭ୍ୟ ରାମ ଶବର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିବା ବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡ଼ି ନେତା ବିକଳ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ।ପୂର୍ବତନ ନାଏବ ସର ପଞ୍ଚ ଶଙ୍କର ପାତ୍ର ଏବଂ ପୂର୍ବତନ ସମିତିସଭ୍ୟା ଗାୟତ୍ରୀ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଉଥିରେ ଜିଲ୍ଲା ପରିଷଦ ସଭ୍ୟ ରାମ ଶବର ବ୍ୟାଟିଂ କରୁଥିବାବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକଳ ବେହେରା ଵୋଲିଂ କରିଥିଲେ ଯାହାକି ଖେଳାଳିଙ୍କ ମନରେ ଆନନ୍ଦ ଭରିଦେବା ସହ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।ପ୍ରଥମ ଦିନ ମ୍ୟାଚ୍ ଡି. ଏସ.ସି.ସି ସୋରଡ଼ା ଏବଂ ଚାଞ୍ଚରା ପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଡି. ଏସ.ସି.ସି ସୋରଡ଼ା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୭ ୱିକେଟ୍ ହରାଇ ୧୪୨ ରନ ସଂଗ୍ରହ କରିଥିଲା ।ଏହାର ଜବାବରେ ଚାଞ୍ଚାରା ପଲ୍ଲୀ ୧୧.୫ ଓଭର ରେ ସମସ୍ତ ୱିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରି ୩୫ ରନ ରେ ପରାଜିତ ହୋଇଥିଲା । ଡି ଏସ ସି ସି ସୋରଡ଼ା ର ପ୍ରକାଶ ୪ ଓଭର ରେ ମାତ୍ର ୧୦ ରନ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ ଏବଂ “ପ୍ଲେୟାର ଅଫ ଦି ମ୍ୟାଚ୍” ରୂପେ ବିବେଚିତ ହୋଇଥିଲେ ।ପ୍ରଥମ ଦିନ ର ମ୍ୟାଚ୍ କୁ ବିରେନ୍ଦ୍ର କୁମାର ପାତ୍ର ଏବଂ ଜଗନ୍ନାଥ ଗୌଡ ପରିଚାଳନା କରିଥିବାବେଳେ ଅଜିତ କୁମାର ଗୌଡ ସ୍କୋରର୍ ଥିଲେ ଏବଂ ଦେବାଶିଷ ସାହୁ ଧାରବିବରଣୀ ପ୍ରଦାନ କରିଥିଲେ ।

ରିପୋର୍ଟ୍ : ଆଶୁତୋଷ ପଟ୍ଟନାୟକ