ମା’ ଓ ଝିଅ ନିଜ ହାତରେ ମାକ୍ସ ତିଆରି କରି ପ୍ରଧାନମନ୍ତ୍ରୀଙ୍କୁ ଦେଲେ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ମା’ ଓ ଝିଅ ନିଜ ହାତରେ ମାକ୍ସ ତିଆରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପିନ୍ଧିବାକୁ ଦେଇଛନ୍ତି । ସାରା ଦେଶରେ ଲକ ଡାଉନ ଜାରି ଥିବା ବେଳେ ବାହାରକୁ ବାହାରିଲେ ମାକ୍ସ ପିନ୍ଧିବାକୁ ସରକାର ବାଧ୍ୟ କରିଥିବା ବେଳେ ବିଭିନ୍ନ ଔଷଧ ଦୋକାନରେ ମାକ୍ସ ମିଳୁ ନ ଥିବା କାରଣରୁ ଘରେ ଅନେକ ଲୋକ ତିଆରି କରି ପିନ୍ଧୁଛନ୍ତି । ହେଲେ ଦେଶକୁ ସୁଧାରୁ ଥିବା କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ଅହରହ ଚେଷ୍ଟା କରୁଥିବା ଦେଶର ଏତେବଡ ପ୍ରଧାନମନ୍ତ୍ରୀଙ୍କୁ ମାକ୍ସ କିଏ ବା ଦେବ ? ସେ ମଧ୍ୟ କେଉଁଠୁ ବା କିଣିକି ଆଣିବେ ? ପ୍ରଧାନମନ୍ତ୍ରୀ ଓଡିଶା ଲୋକଙ୍କୁ ବହୁତ ଭଲ ପାଆନ୍ତି ବୋଲି ମଧ୍ୟ ସମସ୍ତେ ଅଜଣା ନୁହନ୍ତି । ତେଣୁ ମା’ ଝିଅ ବିଚାର କରି ପ୍ରଧାନମନ୍ତ୍ରୀ ପିନ୍ଧିବା ପାଇଁ ଏକ ସୁନ୍ଦର ଭାବରେ ହାତରେ ମାକ୍ସ ତିଆରି କରି ଦେଇଥିବା ଖବର ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ମାକ୍ସକୁ ଆଗ୍ରହ ସହ ଗ୍ରହଣ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏ ମା’ଝିଅ କିଏ ? ଦେଶର ପ୍ରଧାନମନ୍ତ୍ରୀଙ୍କୁ ମିଶିବା ପାଇଁ ଜଣେ ସାଧାରଣ ଲୋକଙ୍କୁ ସହଜ ନୁହେଁ । ତେବେ ଏହି ମାକ୍ସ ଦେଇଥିବା ଏମାନେ କିଏ ବୋଲି ଆପଣ ନିଶ୍ଚିତ ଭାବେ ଭାବନାରେ ପଡ଼ିଥିବେ । ଏ ଦୁହେଁ ଆଉ କେହି ନୁହନ୍ତି ଦେଶର ପ୍ରଭାବଶାଳୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ ଝିଅ । ସମୟକୁ ବେଶ ଉପଯୋଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ଏବଂ ଝିଅ ନୈମିଶା ପ୍ରଧାନ ନିଜ ହାତରେ ମାକ୍ସ ବନେଇ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି । ଏଥିସହ ଆଉ କିଛି ମାକ୍ସ ତିଆରି କରି ଅନ୍ୟମାନଙ୍କୁ ବଣ୍ଟନ କରୁଥିବା ମଧ୍ୟ ଖବର ଆସି ପହଁଚୁଛି । ଏଭଳି ସେବା କାର୍ଯ୍ୟ ଯୋଗୁଁ ଉଭଏ ପ୍ରଶଂସାର ପାତ୍ର ହୋଇଛନ୍ତି । ଅନ୍ୟପକ୍ଷରେ ଖୋଦ୍‌ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏନେଇ ଏକ ଟ୍ୱିଟ୍‌ କରିଛନ୍ତି । ଏହି ଟ୍ୱିଟ୍‌ରେ ଧର୍ମେନ୍ଦ୍ର ଲେଖିଛନ୍ତି, “ଏଭଳି ସମସ୍ୟା ସମୟରେ ଆମେ ସମାଜ ପାଇଁ କିଛି ନା କିଛି କରିବା ପାଇଁ ଉଦ୍ୟମ କରିବା ଉଚିତ । ମୋ ପତ୍ନୀ ଏବଂ ଝିଅ ପାଇଁ ମୁଁ ଗର୍ବିତ । ସେ ଦୁହେଁ ଆମ ଘରର ସମସ୍ତଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ନିଜେ ମାସ୍କ ତିଆରି କରୁଛନ୍ତି । ନିଜ କୌଶଳ ବିକାଶ ପାଇଁ ଏବଂ ନୂଆ କଥା ଶିଖିବା ପାଇଁ ଏହି ସମୟ ଠାରୁ ପ୍ରକୃଷ୍ଟ ସମୟ ଆଉ କିଛି ନୁହେଁ ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପୂର୍ବରୁ ହିଁ ଘରେ ତିଆରି ମାସ୍କ ମଧ୍ୟ ବ୍ୟବହାର କରାଯାଇପାରିବ ଏବଂ ଏହାକୁ ପ୍ରୋତ୍ସାହନ ଦେବାକୁ ଆହ୍ୱାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ନୀ ଏବଂ ଝିଅ ଆଜି ନିଜେ ମାସ୍କ ତିଆରି କରିବାକୁ ଟ୍ୱିଟରରେ ବେଶ ପ୍ରଶଂସା କରାଯାଇଥିବା ଜଣାପଡିଛି ।

ରିପୋର୍ଟ : ସୁଧାଂଶୁ ଶେଖର ଓ ନିମାଇଁ ଚରଣ ପଣ୍ଡା