ମାଡ଼ରେ ଭିଟାମିନ୍ ଗ, ହେଲେ ମନୀ(ଗକ୍ଟଦ୍ଭରଚ୍ଚ)ରେ ଗ୨?!…

ମାଡ ମାରିବା ଓ ମାଡ଼ ଖାଇବା ଜଣେ ମଣିଷର ବାଲ୍ୟ କାଳରୁ
ଆରମ୍ଭ ହୋଇ ବେଳେ ବେଳେ ପ୍ରାପ୍ତ ବୟସ ପର୍ଯ୍ୟନ୍ତ ଜାରି ରହିଥାଏ !
କାହିଁକି ? ଏବଂ ତାହାଦ୍ୱାରା କ’ଣ ହୁଏ ?

କଥାରେ କହୁ ମାଡଖିଆ ମହାଦେବ, ମାଡ଼ ଖାଇଲେ ବର ଦେବ ! ଅର୍ଥାତ ମହାଦେବ ଶିବ ଭାଙ୍ଗ ଖାଇ ନିଶାସକ୍ତ ଅବସ୍ଥାରେ ରହିଥିବା ବେଳେ ଭକ୍ତର ଆର୍ତ୍ତନାଦ ଶୁଣି ନପାରିଲେ ତାଙ୍କୁ ମାଡ଼ ମାରି ଚେତନା ଫେରାଇ ଆଣିବା ପରେ ବର ପ୍ରାପ୍ତି ହେବାର ସମ୍ଭାବନାକୁ ଆଖି ଆଗରେ ରଖି ଏମିତି କୁହାଯାଉଥିବା ଅନୁମାନ ହେଉଛି ଆମର । ତାହାର କୌଣସି ବାସ୍ତବ ଜ୍ଞାନ ବିହୀନ ଅଧମ ମୋର ନିଜସ୍ୱ ବିଶ୍ଲେଷଣ ଏହାଯେ, ଏମିତି କୁହାଯାଉଥିବା ବିଷୟରେ କିଛି ମହତ୍ୱପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ରହିଥିବା ଅନୁମାନ କରି ମାଡ଼ ଉପରେ ଆଧାରିତ ସମ୍ପୃକ୍ତ ଆଲେଖ୍ୟଟି କେତେଦୂର ଗ୍ରହଣୀୟ ବିଚାର କରି ଦେଖିବା…..
ଆମର ପୂର୍ବତନ ଆଦରଣୀୟ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ କହିଥିଲେ ଯେ କୌଣସି ନିକୁତ୍ସ ସରକାରୀ ଚାକର ସାଧାରଣ ଲୋକଙ୍କ କାର୍ଯ୍ୟରେ ଅବହେଳା କଲେ ପ୍ରଥମେ ମାଡ଼ ମାରି ତାପରେ ତାଙ୍କୁ ଖବର ଦେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଥା ସେ ନିଜେ ବୁଝିବେ ! ତାଙ୍କର ଏମିତି କହିବା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ, ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଥିଲାକି ?! ଆଉ ଅନ୍ୟ କୌଣସି ଉପାୟ ନକରି ମାଡ଼ ମାରିବା ଉପରେ ସେ ପ୍ରାଧାନ୍ୟତା ଦେଇଥିଲେ କାହିଁକି ?!! ଆଉ ଆଜି ସମୟରେ ସେମିତି କରିବା ତ କୋଶ ଦୂର, ଭାବି ମଧ୍ୟ ପାରିବେ ନାହିଁ ସାଧାରଣ ଲୋକେ । ଏସବୁ ସମୟ ଚକ୍ରର ଖେଳ ଯାହା ସମସ୍ତେ ବୁଝୁଥିବେ । ହେଲେ ତାଙ୍କର ସେହି ମାଡ଼ ଉପରେ ପ୍ରାଧାନ୍ୟତା ରହିବା ପଛର ରହସ୍ୟ କ’ଣ ?!! ହୁଏତ କିଛି ଅଭାବନୀୟତାକୁ ଦୂର କରାଯିବା ଲକ୍ଷ ରହିଥିବା ଅନୁମାନ କରୁଛୁ ଆମେ ଯାହା ବୋଧହୁଏ ଆଜି ସମୟରେ ଆଉ ଆବଶ୍ୟକ ପଡୁନାହିଁ କିମ୍ବା ଅତ୍ୟଧିକ ଆବଶ୍ୟକତା ରହିଛି ବିଚାର କରନ୍ତୁ ସର୍ବସାଧାରଣ…… କଥାଟି କୌଣସି ବିଜ୍ଞାନାଗାରରେ ଗବେଷିତ ଉଦ୍ଧୃତି ଉପରେ ଆଧାରିତ ବାସ୍ତବ ତଥ୍ୟ ନୁହେଁ, ବରଂ ମଣିଷର ବ୍ୟବହାରିକ ଆଚରଣର ଏକ ଦାର୍ଶନିକ ବିଶ୍ଲେଷିତ ତତ୍ୱ ! ମଣିଷ ମନର ମନସ୍ତାତ୍ୱିକ ବିଶ୍ଲେଷଣ କରି ଦାର୍ଶନିକ ତତ୍ୱର ନିଷ୍କର୍ସ ଏହାଯେ, ମାଡ଼ରେ ହୁଏତ କିଛି ବିଶେଷ ତଥ୍ୟ ରହିଛି ଯାହା କୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ, ଅକର୍ତ୍ତବ୍ୟକୁ କର୍ତ୍ତବ୍ୟରେ ପରିଣତ କରି ପାରୁଥିବା ହେତୁ ସ୍ଥଳ ବିଶେଷକୁ ନେଇ ତାହାର ବ୍ୟବହାର ରହିଛି ସମାଜରେ । କେତେବେଳେ ପିଲାଙ୍କୁ ପାଠ ବୁଝା ନପଡ଼ିଲେ କିମ୍ବା କୌଣସି ମାନବିକ ଆଚରଣରେ ବ୍ୟତିକ୍ରମ ଦେଖାଗଲେ ମାଡ଼ ମାରି ସୁଧାର, ପରିବର୍ତ୍ତନ କରାଯିବା ଲକ୍ଷ ରଖାଯାଇ ଥାଏ ତ କେତେବେଳେ ଅସାମାଜିକ ଲୋକଙ୍କୁ ସଜାଡ଼ିବା ପାଇଁ ଆଇନ ସମ୍ମତ ମାଡ଼ର ବ୍ୟବହାରିକ ପ୍ରାବଧାନ ରଖାଯାଇ ଥାଏ । ଅନେକ ସମୟରେ ବଚସା ମଧ୍ୟରେ ଏକ ଜିଦ୍‌ଖୋର ଅବୁଝା ମଣିଷକୁ ଦମନ କରିବା ପାଇଁ ମାଡ଼ର ବ୍ୟବହାର କରାଯାଇଥାଏ ତ ଆଉ କେତେବେଳେ ଗାଲୁଆଙ୍କ ଚେତନା ଫେରାଇ ଆଣିବା ପାଇଁ ମାଡ଼ର ଆବଶ୍ୟକତା ରହିଥାଏ । ହେଲେ ଏହି ସବୁ କ୍ଷେତ୍ରରେ ସାଧାରଣ ବାକ୍ ବିନିଯୋଗ ମାଧ୍ୟମରେ କାର୍ଯ୍ୟ ହାସଲ ସମ୍ଭାବନା କ୍ଷୀଣ ହେଲେ ମାଡ଼ର ବ୍ୟବହାର ଅନିବାର୍ଯ୍ୟ ହେଉଥିବା ଲକ୍ଷ୍ୟକରି ଉପରୋକ୍ତ ଉକ୍ତିଟି ପ୍ରଚଳିତ ରହିଥିବା ବେଳେ ସ୍ୱର୍ଗତ ବିଜୁବାବୁ ତାହାର ଆବଶ୍ୟକତାକୁ ଯଥେଷ୍ଟ ଅନୁଭବ କରି ସେହିଭଳି କହିଥିବା ଅନୁମାନ କରିହେଉଛି । ଆଜି କିନ୍ତୁ ଆଉ ସେସବୁ ଦେଖିବାକୁ ମିଳୁନାହିଁ । କାରଣ କ’ଣ, ବିଚାର କରି ଦେଖିଲେ ଆଉ କିଛି ପରିବର୍ତ୍ତିତ ସାମାଜିକ ଚକ୍ର ନଜରକୁ ଆସୁଛି ଯାହାର ତୁଳନାତ୍ମକ ବିଚାର ବ୍ୟବଛେଦ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ମନେହୁଏ ଆମର । ସୂର୍ଯ୍ୟ କିରଣରୁ ଭିଟାମିନ ‘ଊ’ ମିଳୁଥିବା ପ୍ରମାଣ ଦେଇଛି ବିଜ୍ଞାନ । ତାହାର ରାସାୟନିକ ପ୍ରତିକ୍ରିୟା ଶରୀରରେ କିଭଳି ଭିଟାମିନ ପ୍ରସ୍ତୁତ କରିଥାଏ ତାହା ବୈଜ୍ଞାନିକ ମାନଙ୍କୁ ଜଣାଥିବା ବେଳେ ସାଧାରଣ ମଣିଷ ସେଗୁଡିକୁ ଜାଣନ୍ତି ନାହିଁ । ଠିକ୍ ସେହିଭଳି ମାଡ଼ ଖାଇବା ଦ୍ୱାରା ସମ୍ପୃକ୍ତ ମଣିଷର ଶରୀରରେ କିଛି ରାସାୟନିକ ପରିବର୍ତ୍ତନ ଘଟିଥାଏ । ଯଦ୍ୱାରା ତାହାର ମାନସିକ ଉତ୍ତେଜନା ପ୍ରଶମିତ ହୋଇ ବିବେକର ଶିଥିଳ ଆଚରଣ ଗୁଡିକ ମସ୍ତିଷ୍କରେ ପ୍ରବାହିତ ହୋଇଥାଏ । ଫଳତଃ ସମ୍ପୃକ୍ତ ମଣିଷର ଉତ୍ତେଜିତ ଉନ୍ମାଦନା କମ୍ ହୋଇ ସ୍ଥିର ମସ୍ତିଷ୍କରେ ଉପଯୁକ୍ତ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ । ଆଉ କେତେବେଳେ ଆଶାତୀତ ଭାବେ ତାହା ବିପରୀତ ପ୍ରତିକ୍ରିୟା ସୃଷ୍ଟି କରି ଅନେକ ଅକର୍ତ୍ତବ୍ୟ, କୁକାର୍ଯ୍ୟ କରିବା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିଥାଏ ମଣିଷ ମସ୍ତିଷ୍କରେ ଯାହା ସ୍ଥଳ ବିଶେଷକୁ ନେଇ ତାହାର ପ୍ରତିକ୍ରିୟା ଉତ୍ପନ୍ନ ହେଉଥିବା ପ୍ରାୟତଃ ସମସ୍ତେ ଅନୁଭବ କରିଥିବେ । ହେଲେ କୌଣସି ସାଙ୍ଘାତିକ ସାମାଜିକ କିମ୍ବା ପାରିବାରିକ ସଂଘର୍ଷ ସମୟରେ ମାଡ଼ ବିପରୀତମୁଖୀ ପ୍ରତିକ୍ରିୟା ସୃଷ୍ଟି କରୁଥିବା ବେଳେ ସାଧାରଣ କାର୍ଯ୍ୟରେ ତାହାର ଯୁକ୍ତାତ୍ମକ ଉତ୍ତର ମିଳିଥାଏ । ମଣିଷ ହେଉ କି ଅନ୍ୟ କୌଣସି ଜୀବ ମାଡ଼ ଖାଇବା ପରେ ତାହାର ପ୍ରତିକ୍ରିୟା ଗୁଡିକ ଯେଉଁ ରାସାୟନିକ ପରିବର୍ତ୍ତନ ହେତୁ ହୋଇଥାଏ ତାହାର କୌଣସି ବୈଜ୍ଞାନିକ ମତବାଦ ନଥିବା ବେଳେ ଆମେ ତାକୁ ଭିଟାମିନ ‘ଗ’ ର ନାମ ଦେଇ ବିଶ୍ଲେଷଣ କରିବା ବର୍ତ୍ତମାନ ପାଇଁ ଯେତେବେଳ ପର୍ଯ୍ୟନ୍ତ ତାହାର ବୈଜ୍ଞାନିକ ପ୍ରୟୋଗାତ୍ମକ ତଥ୍ୟ ଆସିନାହିଁ । ହେଲେ ସମ୍ମାନୀୟ ସ୍ୱର୍ଗତ ବିଜୁବାବୁଙ୍କ ସମୟରେ ସେହି ଭିଟାମିନ ‘ଗ’ ର ଅବବଶ୍ୟକତା ରହିଥିବା ବେଳେ ଆଜି ସମୟରେ ଆଉ ଆବଶ୍ୟକ ହେଉନଥିବା ପଛର ରହସ୍ୟ କ’ଣ ବିଚାର କରି ଦେଖିବା……! ସମୟ ସ୍ରୋତରେ ପରିବର୍ତ୍ତିତ ମଣିଷ ସମାଜ ଦିନକୁ ଦିନ ସାଙ୍ଘାତିକ ପରିବର୍ତ୍ତିତ ଜୀବନ ଧାରାରେ ବଂଚିବା ଶିଖୁଛି । ବିଭିନ୍ନ ପାରିପାଶ୍ୱର୍ିକ ପ୍ରଭାବ କାରଣରୁ ସେକାଳର ମଣିଷ ଆଉ ବର୍ତ୍ତମାନର ମଣିଷ ମଧ୍ୟରେ ଆକାଶ, ପାତାଳ ପରିବର୍ତ୍ତିତ ଜୀବନ ଶୈଳୀ, ଭାବଧାରା ଦେଖିବାକୁ ମିଳୁଥିଲେ ମଧ୍ୟ ଜନ୍ମଦାତ୍ରୀ ପ୍ରକୃତିର ସେହିଭଳି କୌଣସି ଆଖି ଦୃଷ୍ଟିଆ ପରିବର୍ତ୍ତନ ହୁଏନାହିଁ । କିନ୍ତୁ ମଣିଷ ସମୟ ସ୍ରୋତରେ ନିଜକୁ ପ୍ରବାହିତ କରି ବଂଚିବା ଶିଖୁଛି ଯାହା ତାକୁ ଭଲ ଦିଗଗାମୀ କରୁଛି କି ମନ୍ଦ ତାହାର କୌଣସି ଅନୁଶୀଳନ ନାହିଁ । ତେଣୁ ଏହି ପରିବର୍ତ୍ତିତ ସମୟ ସ୍ରୋତରେ ଐସଶଷ ଊକ୍ଟଗ୍ଦର ଇଦ୍ଭଗ୍ଧସଈସକ୍ଟଗ୍ଧସମ – ପ୍ରସ୍ତୁତ କରାଯିବା ଭଳି ସେହି ପୁରାତନ ଭିଟାମିନ୍‌ର ମଧ୍ୟ ସମୟ ସାପେକ୍ଷ ଐସଶଷ ଊକ୍ଟଗ୍ଦର ଭିଟାମିନ ବ୍ୟବହାର କରିବା ଶିକ୍ଷା ମିଳିଛି ଆଜିର ସମୟରେ । ଦେଖାଗଲା ଯେ ସମୟ ସ୍ରୋତରେ କେବଳ ଭିଟାମିନ “ଗ” ବ୍ୟବହାର ଆଉ ବୋଧେ କାମ କଲା ନାହିଁ ! ତେଣୁ ତାହାର ରୂପାନ୍ତରିତ ଊକ୍ଟଗ୍ଦର ଭାବେ ଭିଟାମିନ ଗ୨ର ବ୍ୟବହାର କରିବା ଶିକ୍ଷା ଦିଆଗଲା ଲୋକଙ୍କୁ ଯାହା ଗକ୍ଟଦ୍ଭରଚ୍ଚରେ ଉପଲବ୍ଧ ହୋଇ ଯଥେଷ୍ଟ ଭଲ ପ୍ରଦର୍ଶନ କଲା ! ତେଣୁ ଆଜି ଆଉ ସେହି ପୁରୁଣା ଭିଟାମିନ “ଗ”କୁ ଛାଡି ଆମେ କେବଳ ଗ୨ର ବ୍ୟବହାର କରି ଯଥେଷ୍ଟ ଆନନ୍ଦରେ ରହୁଛେ କି ନିରାନନ୍ଦ ବିଚାର ନିଜ ନିଜର । କି’ନ୍ତୁ ଯାହା ହେଉ କୌଣସି ଉପସ୍ଥିତ ଅପ୍ରୀତିକର ପରିବେଶ ଆଉ ଦେଖିବାକୁ ମିଳୁନାହିଁ । ଏହି ଭିଟାମିନ ଗ୨ କେବଳ ବ୍ୟକ୍ତିଗତ ବ୍ୟବସାୟ ମଧ୍ୟରେ ସୀମିତ ରହି ସମାଜକୁ କେଉଁଦିଗଗାମୀ କରୁଛି ସମସ୍ତେ ପ୍ରାୟତଃ ବୁଝୁଥିବେ । କି’ନ୍ତୁ ଆପଣ ମାନେ ଯଦି ଖୁସି ତାହେଲେ ସମଗ୍ର ସଂସାର ଖୁସି । ଏହି ଭିଟାମିନ ଗ୨ କେବଳ ସରକାରୀ ଚାକର ମାନଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେଉଥିବା ବେଳେ ଉପରୋକ୍ତ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ କ୍ଷେତ୍ରରେ ସହାୟକ ହୋଇ ନପାରେ । କିନ୍ତୁ ସରକାରୀ କଳରେ ଭିଟାମିନ ଗ୨ ପ୍ରଚଳନର ମଧ୍ୟ ଯଥେଷ୍ଟ ଭିନ୍ନ ଦିଗ ପରିଲକ୍ଷିତ ହୁଏ ଯାହା ପ୍ରାୟତଃ ସମସ୍ତଙ୍କୁ ବୁଝୁଥିବ । ହେଲେ ପ୍ରଚଳିତ ଭିଟାମିନ ଗ୨ ପରିବର୍ତ୍ତେ ଯଦି କେବଳ “ଗ”ର ଊକ୍ଟଙ୍କଭକ୍ଷର ଊକ୍ଟଗ୍ଦର ଅର୍ଥାତ୍ ୨“ଗ” ବ୍ୟବହାର କରାଯିବ ତାହେଲେ ଗ୨ ଠାରୁ ତାହା ଯଥେଷ୍ଟ ଗୁଣାତ୍ମକ କାର୍ଯ୍ୟ କରିବା ସୁନିଶ୍ଚିତ । କି’ନ୍ତୁ ଯେହେତୁ ଆମର ପ୍ରିୟ ପ୍ରଣମ୍ୟ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଆଉ ଆମ ଗହଣରେ ନାହାନ୍ତି ତେଣୁ ତାହା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଥା ବୁଝିବ ଆଉ କିଏ ?! ତେଣୁ ହୁଏତ ଆଜି ସମରେ ଭିଟାମିନ ଗ୨ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି ସବୁ କ୍ଷେତ୍ରରେ ଯାହାଦ୍ୱାରା ଲୋକେ ଖୁସିରେ ରହୁଛନ୍ତି କି ଦୁଃଖରେ ବିଚାର କରି ଦେଖନ୍ତୁ ବର୍ତ୍ତମାନର ଉପସ୍ଥିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି କ୍ଷଣ ପାଇଁ ଏହି ସାମାଜିକ ସ୍ଥିତି ଉପରେ କଡା ନଜର ରଖଲେ ହୁଏତ ସ୍ୱର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାକୁ ଶାନ୍ତି ମିଳନ୍ତା ବୋଲି ଆମର ଅନୁମାନ କେତେଦୂର ଠିକ୍ ବିଚାର କରି ମତାମତ ଦେବେ ବୋଲି ଆଶା………!!

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ.