ମାର୍ଚ୍ଚ ୧୯ରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଠାରେ ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଅଲ୍ ଓଡିଶା ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିପାଇଁ ଓଡିଶା ଫୁଟବଲ ଆସୋସିଏସନ୍ ଅନୁମତି ପ୍ରଦାନ କରିଛନ୍ତି । ସୋମବାର ଏକ କମିଟିର ବୈଠକ ବସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ପ୍ରମୁଖ ଆଠଟି ଦଳ ଭାଗ ନେବେ । ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏକ କମିଟି ଗଠନ ଓ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । କମିଟିର ଅଧିକ୍ଷ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଉପାଧ୍ୟକ୍ଷ ଗଞ୍ଜାମ ଏସିପି ବ୍ରିଜେସ କୁମାର ରଏ, ରହିଥିବା ବେଳେ ଅଭଂଥନା କମିଟିର ଅଧିକ୍ଷ ଭାବେ ସୁବାଷ ଚନ୍ଦ୍ର ବେହେରା ରହିଛନ୍ତି । ସେହିପରି ଆୟୋଜକ କମିଟିରେ ଟି. ଚନ୍ଦ୍ରଶେଖର ରାଓ ସଭାପତି, ପ୍ରଫୁଲ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ନବୀନ ଚନ୍ଦ୍ର ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା, ଅବିରାମ ସାହୁ, ସୁଧୀର କୁମାର ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ଦାସ, ସାଧାରଣ ସଂପାଦକ ସନ୍ତୋଷ କୁମାର ବିଷୟି, ରବିନ୍ଦ୍ର କୁମାର ସାହୁ, ଆସିଷ୍ଟନଟ୍ ସେକ୍ରେଟାରୀ କୋଷାଧ୍ୟକ୍ଷ ବି. ରାଜୁ ବାବୁ, ଅର୍ଗାନାଇଜିଙ୍ଗ୍ ସେକ୍ରେଟାରୀ ନିମାଇଁ ଚରଣ ପଣ୍ଡା, ସନ୍ତୋଷ କୁମାର ପାଢୀ, ଡି ଗଣେଷ ରାଓ, ପ୍ରଶାନ୍ତ ମହାରଣା, କାର୍ଯ୍ୟକାରୀ ସଭ୍ୟ ଏ ରାବଣା ରାଓ, ଏ ଭେଙ୍କଟ ରାଓ, ଅଜୟ କୁମାର ପରିଡା, ପିତାମ୍ବର ପଣ୍ଡା, ପୂର୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ବିଷୟୀ, କ୍ଷୀରୋଦ ସାହୁ, ସରଜ ସାମଲ, ଶ୍ରୀକାନ୍ତ ମାହାନ୍ତି, ଦିଲିପ୍ ସାମଲ ରହିଛନ୍ତି ।