ମାର୍ଚ୍ଚ ମାସ ଶେଷ ଯାଏଁ ବଢ଼ିଲା ଲକଡାଉନ୍…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏ ଲକଡାଉନ୍ ବଢ଼ାଇଥିବା ସହ କୋଭିଡକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିବା ଜଣାପଡିଛି । ତାମିଲନାଡୁରେ ଆସନ୍ତା ଏପ୍ରିଲ ୬ରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଖବର ଆସିବା ପରେ ସରକାର ଲକଡାଉନ୍ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଲକଡାଉନ୍ ସମୟରେ ବିଭିନ୍ନ କାର୍ଯ୍ୟାଳୟ, ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲି ପାରିବ । ଏଥିସହ ସମସ୍ତ ଲୋକ ଯେଭଳି ମାସ୍କ, ସାମାଜିକ ଦୂରତା ଓ ପରିସ୍କାର ପରିଚ୍ଚନ୍ନ ରହିବେ ସେ ନେଇ ସୁନିଶ୍ଚିତ କରାଇବାକୁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ନିରୀକ୍ଷଣ, ଅବରୋଧ ଓ ସତର୍କତା ଅବଲମ୍ବନ କରିବା ନିମନ୍ତେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ନିୟମାବଳୀକୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ ଗୃହ ମନ୍ତ୍ରଣାଳୟ ଫେବୃଆରୀ ୨୬ରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସକ୍ରିୟ ଏବଂ ନୂଆ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଭାବେ ହ୍ରାସ ପାଇଥିବାବେଳେ ମହାମାରୀକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ବଳବତ୍ତର ରଖିବା ଆବଶ୍ୟକ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।