ମାର୍ଚ୍ଚ ମାସ ପାଇଁ ଜାରି ହେଲା ଗାଇଡଲାଇନ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଗତ ୨୦୨୦ ମାର୍ଚ୍ଚ ମାସ ଠାରୁ ବିଭିନ୍ନ ପ୍ରକାରର ଗାଇଡଲାଇନ ଜାରି କରାଯାଇ ଆସୁ ଥିବାବେଳେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ ୨ ହଜାର ଲୋକଙ୍କୁ ନେଇ ଯାତ୍ରା ଆୟୋଜନ କରିବାକୁ ଅନୁମତି ମିଳିଛି । ଯାତ୍ରା ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ । ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଜଣ ଲୋକଙ୍କୁ ସାମିଲ କରିବା ପାଇଁ ଅନୁମତି ମିଳିଛି । ଏହାସହ ଆବଶ୍ୟକ ପଡିଲେ ଅବରୋଧ ଅଂଚଳ ଘୋଷଣା ହୋଇପାରିବ ବୋଲି ଗାଇଡଲାଇନ୍ ରେ ଦର୍ଶାଯାଇଛି । କୌଣସି କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ଲୋକ ଏକାଠି ହେବା ମନା କରାଯାଇଛି । ମାସ୍କ ପିନ୍ଧିବା, ହାତଧୁଆ ଓ ସାମାଜିକ ଦୂରତା ନିୟମ ବାଧ୍ୟତାମୂଳକ କରାଯାଇଛି ।