ମାରୁହାଡ଼ି ଯୁବମୋର୍ଚ୍ଚା ତରଫରୁ ହୋଲିକା ଦହନ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସହରର ଜବହାରଚଉକ ଠାରେ ମାରୁହାଡ଼ି ଯୁବ ମୋର୍ଚ୍ଚା ତରଫରୁ ହୋଲିକା ଦହନ ପାଳିତ ହୋଇଯାଇଛି । ଭଗବାନ ବିଷ୍ଣୁଙ୍କର ପ୍ରିୟ ଭକ୍ତ ପ୍ରହଲାଦକୁ ଅଗ୍ନିରେ ମାରିବା ପାଇଁ ହୀରଣ୍ୟକାଶ୍ୟପ ଯେଉଁ ପ୍ରୟାସ କରିଥିଲେ ଯାହାଦ୍ୱାରା ହୋଲିକା ରାକ୍ଷସୀ କୋଳରେ ପ୍ରହ୍ଲାଦକୁ ଧରି ଅଗ୍ନିରେ ବସିଥିଲେ । ଯେଉଁଥିରେ ଭଗବାନ ପ୍ରହ୍ଲାଦକୁ ରକ୍ଷା କରିବା ସହ ରାକ୍ଷସୀ ହୋଲିକା ଅଗ୍ନିରେ ପୋଡି ମୃତ୍ୟୁ ବରଣ କରିଥିଲେ । ଏହି ହୋଲିକା ଦହନକୁ ପାଳନ କରାଯାଇଥିଲା ମାରୁହାଡ଼ି ଯୁବ ମୋର୍ଚ୍ଚା ଦ୍ୱାରା । ଢେଙ୍କାନାଳରେ ଦୀର୍ଘ ୧୯୫୪ ମସିହାରୁ ମାରୁହାଡ଼ି ଯୁବ ମୋର୍ଚ୍ଚା ତରଫରୁ ଏହି ହୋଲିକା ଦହନ ପର୍ବ ପାଳନ ହୋଇଆସୁଛି । କରୋନା କଟକଣାକୁ ନଜରରେ ରଖି ଏହି ପର୍ବ ପାଳିତ ହୋଇଯାଇଛି । ମାରୁହାଡ଼ି ସମ୍ପ୍ରଦାୟ ନିଜ ଧର୍ମ ପରମ୍ପରାକୁ ବଜାୟ ରଖି ପ୍ରତିବର୍ଷ ଏହି ପର୍ବ ଦୋଳ ପୂର୍ଣ୍ଣିମା ଦିନ ଅତି ଆଗ୍ରହ ଓ ଉତ୍କଣ୍ଠାର ସହ ପାଳନ କରିଆସୁଥିବା ଜଣାଯାଇଛି ।