ମାରୁତି ଇକୋ କାର୍, ବୋମା ଓ ଖଣ୍ଡା ସହ ଜଣେ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଖାଆଳି ଅଂଚଳର ଆକାଶ ପ୍ରଧାନ(୧୯)କୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ଅଂଚଳରେ ପୂର୍ବରୁ ବହୁ ମାମଲାରେ ଜଡ଼ିଥିବା ଥିବା କେ.ନୂଆଗାଁ ଥାନା ଅଂଚଳର ଦେଖାଆଳିି ଗ୍ରାମର ଆକାଶ ଏବଂ ତାର କିଛି ସହଯୋଗୀ କାଲି ଏକ କାର୍ ଏବଂ ବାଇକ୍‌ରେ ମାରଣାସ୍ତ୍ର ନେଇ ଯାଉଥିବା ଖବର ପୋଲିସ୍ କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ କେ. ନୂଆଗାଁ ଛକରେ ଜଗି ରହିଥିଲା । ଅତର୍କିତ ଚଢ଼ାଉରେ ବାଇକ୍‌ରେ ଯାଉଥିବା ଅସାମାଜିକ ବ୍ୟକ୍ତିମାନେ ଛତ୍ରଭଂଗ ଦେଇଥିବାବେଳେ କାର୍‌ରେ ଥିବା ଆକାଶ ପୋଲିସ୍ ହାତରେ ଧରା ପଡ଼ିଥିଲା । ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ଏହିମାନେ ଯାଉଥିବା ସଂଦେହ କରାଯାଉଛି । ପୋଲିସ୍ ଘଟଣାସ୍ଥଳରୁ ଗୋଟିଏ ମାରୁତି ଇକୋ କାର୍ (ଓଆର୍ ୦୭ ଏକ୍ସ ୯୨୩୦), ୫ଟି ଜୀବନ୍ତ ବୋମା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଅନ୍ୟ ସମସ୍ତ ଅଭିଯୁକ୍ତକୁ ପୋଲିସ୍ ଅତିଶୀଘ୍ର ଗିରଫ କରିବ ବୋଲି ଥାନାଧିକାରୀ ମୃତ୍ୟୁଞ୍ଜୟ ଜଣାଇଛନ୍ତି । ଥାନା କେସ ନଂ ୧୩୬/୧୫.୭.୨୦୨୧ରେ ଆକାଶକୁ କୋର୍ଟ ଚାଲଣ କରାଯାଇଛି ବୋଲି ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା