ମାନବିକତା ଭୂଲିଗଲେ ସିଟି ବସ୍ କର୍ମଚାରୀ : ଅଚେତ ଯାତ୍ରୀଙ୍କୁ ଅଧାରାସ୍ତାରେ ଓହ୍ଲାଇ…

ଗୋପାଳପୁର(ସମୃଦ୍ଧ ଓଡିଶା)ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସିଟି ବସରେ ବସି କିଛି ବାଟ ଗଲା ପରେ ହଠାତ ଅଚେତ ହୋଇ ପଡିଥିବା ଜନୈକ ବସ ଯାତ୍ରୀଙ୍କୁ ଚିକିତ୍ସା ବଦଳରେ ଅଧାରାସ୍ତାରେ ଓହ୍ଲାଇ ଦେଇ ଅମାନବିକତାର କାର୍ଯ୍ୟକରିଛି ବ୍ରହ୍ମପୁର ସିଟିବସ । ଏ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବ୍ରହ୍ମପୁରରୁ ଗୋପାଳପୁର ଆସୁଥିବା ଏକ ସିଟି ବସ୍ ଓଡି ୦୭ ଡବ୍ଲୁ ୯୫୧୨ ରେ ବ୍ରହ୍ମପୁର କୋର୍ଟପେଟା ଛକରୁ ବ୍ରହ୍ମପୁର ରାମନଗରର ଜନୈକ ବ୍ୟକ୍ତି କୃଷ୍ଣଚନ୍ଦ୍ର ପାଠୀ ଗୋପାଳପୁର ଆସିବା ନିମନ୍ତେ ବସ୍ ରେ ଚଢିଥିଲେ। କିଛି ଦୂର ଆସିବାପରେ କୃଷ୍ଣଚନ୍ଦ୍ର ହଠାତ୍ ଅଚେତ ହୋଇଯାଇଥିଲେ।ଏହା ଦେଖି ଯାତ୍ରୀମାନେ ହୋ ହାଲ୍ଲା କରିଥିଲେ ମଧ୍ୟ ବସ୍ ଆଗକୁ ଗଡ଼ି ଚାଲିଥିଲା । ଏହି ସମୟରେ ସେହି ବସ୍ ରେ କରାପଲ୍ଲୀ ଅଞ୍ଚଳର ଜୈନିକ ଅବସରପ୍ରାପ୍ତ କର୍ମଚାରୀ ନିଜର ମାନବିକତା ଦେଖାଇ ସେହି ଅଚେତ ବ୍ୟକ୍ତିର ରକ୍ଷଣା ବେକ୍ଷଣା କରିଥିଲେ । କରାପଲ୍ଲୀରେ ଅଚେତ ବ୍ୟକ୍ତି ସହ ସେ ଓହ୍ଲାଇ ଥିଲେ । କରାପଲ୍ଲୀରେ ଅଚେତ ବ୍ୟକ୍ତି କୃଷ୍ଣଚନ୍ଦ୍ରଙ୍କୁ ଏକ ମେଡିସିନ ଷ୍ଟୋର ବାରଣ୍ଡାରେ ରଖି ପ୍ରାଥମିକ ଚିକିତ୍ସା କରାଇଥିଲେ ଏବଂ ୧୦୮ ଆମ୍ବୁଲାନ୍ସ କୁ ଡାକି ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ସେହି ବ୍ୟକ୍ତି ଜଣଙ୍କୁ ଫିଡସ ରୋଗ ଥିବାରୁ ଏହି ପରି ଅଚେତ ହୋଇଯାଇଥିବା ଜଣାପଡ଼ିଥିଲା । କିନ୍ତୁ ସିଟି ବସ୍ କର୍ମଚାରୀଙ୍କ ଅମାନବିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଚେତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତି କରାଇବା ପରିବର୍ତ୍ତେ ସିଟି ବସ କର୍ମଚାରୀ ଅଧାରାସ୍ତାରେ ଓହ୍ଲାଇ ଦେବା ଘଟଣା ସାଧାରଣରେ ନିନ୍ଦା କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା