ମନକୀବାତ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ

ଭାରତୀୟ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମନକୀ ବାତ” କାର୍ଯ୍ୟକ୍ରମ ଅକ୍ଟୋବର 3, 2014ରୁ ଆରମ୍ଭ କରି ବେଶ ଲୋକପ୍ରିୟତା ଅର୍ଜନ କରି ଚାଲିଛନ୍ତି । ଆକାଶବାଣୀ ମାଧ୍ୟମରେ ପ୍ରତ୍ୟେକ ମାସରେ ଭାରତୀୟ ଜାତି ଉଦ୍ଦେଶ୍ୟରେ ସାଧାରଣ ଲୋକଙ୍କୁ ସଚେତନ ଓ ଉତ୍ସାହିତ କରାଇବା ପାଇଁ ଚଳାଇଥିବା ଏହି କାର୍ଯ୍ୟ କ୍ରମରେ ପ୍ରଧାନମନ୍ତ୍ରୀ ସିଧା ସଳଖ ସାଧାରଣ ଲୋକଙ୍କ ସହ ଯୋଡି ହେଉଛନ୍ତି । ଫଳରେ ଆକାଶବାଣୀ ମାଧ୍ୟମରେ ପାଖା ପାଖି 90 ପ୍ରତିଶତ ସାଧାରଣ ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଁଞ୍ଚି ପାରୁଛି । 2014 ମସିହା ବିଜୟ ଦଶମୀ ଠାରୁ ପ୍ରଧାନମନ୍ତ୍ରୀ ମନକି ବାତ ମାଧ୍ୟମରେ ସାଧାରଣ ଲୋକଙ୍କର ହୃଦୟକୁ ଜିଣି ପାରୁଛନ୍ତି । ଏହି “ମନକି ବାତ” କାର୍ଯ୍ୟକ୍ରମ ହୃଦୟ ସ୍ପର୍ଶୀ ହେଉଥିବାରୁ ସାଧାରଣ ଲୋକ ମୋଦି ସହ ସିଧାସଳଖ ଯୋଡି ହୋଇପାରୁ ଥିବାରୁ ବିଶେଷ ଆନନ୍ଦିତ ହେଉଥିବା ଜଣାପଡୁଛି । ଭାରତ ସରକାର ସାଧାରଣ ଲୋକଙ୍କଠାରୁ କି କି ଲୋକ ହିତକର  କାର୍ଯ୍ୟକ୍ରମ  କରାଯାଉଛି । ଏ ମାଧ୍ୟମରେ ସାଧାରଣ ଜନତା ସଚେତନ ହୋଇପାରୁଛି । ବିଶେଷ କରି ଚାଷୀ ମାନଙ୍କର ସମସ୍ସ୍ୟା ଓ ସ୍ବାସ୍ଥ୍ୟ ସେବା ଉପରେ ଭାରତ ସରକାର ଯୋଗାଉଥିବା ଆର୍ଥିକ ସହାୟତା କିପରି ଭାବରେ ବନଯୋଗ କରାଯିବା ଉଚିତ ଓ କାହାପାଇଁ ଉପଲବ୍ଧ ସେ ସମ୍ପର୍କରେ ମଧ୍ୟ “ମାନକି ବାତ” ମାଧ୍ୟମରେ ଜନ ସଚେତନତା ସୃଷ୍ଠି କରାଯାଇପାରୁଛି । ଫଳରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ ।ହେଲେ “ମନ କି ବାତ” କାର୍ଯ୍ୟକ୍ରମ ଯେ ସାଧାରଣ ଲୋକଙ୍କୁ ଆକର୍ଷିତ କରେ ମୋଦିଙ୍କର ଏହା ଭୋଟପାଇଁ ରାଜନୈତିକ ଚାଲ ବୋଲି କୁହାଯାଉଛି । ଯେପରି ହେଉନା କାହିଁକି ଲୋକେ ଯେମିତିସବୁଦିନେ “ମନ କି ବାତ” କାର୍ଯ୍ୟକ୍ରମ ସ୍ମରଣରେ ରଖିପାରିବେ ସେକଥାକୁ ଭୁଲିଯିବା ଉଚିତ ନୁହଁ କାହିଁକି ନା ସାଧାରଣଲୋକଙ୍କୁ ଠକିବ ଆଦୌ ଠିକ ନୁହେଁ । ସାଧାରଣଲୋକଙ୍କୁ ମିଛକହି କିଛିଦିନ ପାଇଁ ଠିକ ହେଇପାରିବ ସବୁଦିନେ ନୁହେଁ । ପ୍ରାୟତଃ ରାଜନେତାମାନେ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରିବା ଉଦେଶ୍ୟ ସପକ୍ଷରେ ରହିଆସିଛନ୍ତି ତାର ପରିବର୍ତନ ହେବା ବିଧେୟ ନୁହେଁ ।