ମାଗଣା ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ବ୍ୟବସ୍ଥା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନାର କାଳିକସ୍ଥିତ କଲ୍ୟାଣ ମଣ୍ଡପରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଅସ୍ତ୍ରୋପଚାର ବ୍ୟବସ୍ଥା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇବଣିଆ ଅଂଚଳରେ ଥିବା ୧୦୦ରୁ ଅଧିକ ଚକ୍ଷୁରୋଗୀଙ୍କ ପରୀକ୍ଷା କରାଯାଇ ୨୭ଜଣଙ୍କୁ ବାଲେଶ୍ୱରର ରୋଟାରୀ କ୍ଲବର ଚକ୍ଷୁଚିକିତ୍ସା ଶିବରକୁ ପଠାଇ ଦିଆଯାଇଛି । ସେଠାରେ ସେମାନଙ୍କର ସଲ୍ୟ ଚିକିତ୍ସା ହେବା ସମ୍ପର୍କରେ କୁହାଯାଇଛି । ଜଳେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ରାଜେଶ ଖଟୁଆ, ସମ୍ପାଦକ ମଣିଭଦ୍ର ଜେନା, ତାରାପଦ ମହାନ୍ତି, ଦୀପକ ସାହୁ, ଅଶୋକ ମହାନ୍ତି, ସୁବ୍ରତ ରଣା, ନନ୍ଦନ ଦତ୍ତ, ଡା ଦୀପ୍ତିମୟୀ ମହାପାତ୍ର, ବଳରାମ ପାଳ, ସୁବିର ଚାଟାର୍ଜି, ଶ୍ୟାମସୁନ୍ଦର ମିର୍ଦ୍ଧା, ସାଗର କାମିଳା, ସତ୍ୟବ୍ରତ ଜେନା ଓ ସତ୍ୟନାରାୟଣ ସିଂ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚଳାନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା