ମାଆଙ୍କୁ କର ସନ୍ତୋଷ୍ଟ

ପ୍ରଗତିର ପଥେ ଆଗଉଛି ଦେଶ
ଖୁସି ସର୍ବେ ଦେଶ ବାସୀ
ଟଙ୍କା ପଇସାର ଅଭାବ ତ ନା ହିଁ
ସଭିଏଁ ଆଜି ବିଦେଶୀ ।

ଆମ ପୁର୍ବଜଙ୍କୁ ମନେ ପକାଇଲେ
କଷ୍ଟ ଏତେ ଲାଗ ନ୍ତାନି
ଆପଣାର ଶତ୍ରୁ ଆପେ ସାଜୁ ଛନ୍ତି
ମନକୁ ଟିକେ ଆସୁନି ।

ଜଳ, ଅମ୍ଳଜାନ, ହେଉ ବା ବରଷା
ପଇସାରେ କିଣିନେବେ
ଧରାକୁ ଆଜି ତ ସରା ମଣିଲେଣି
ସବୁ ସମ୍ଭବ କରିବେ ।

କଳା ମୁଣ୍ଡିଆ ତ ଚେତି ପାର ନ୍ତିନି
କହିଥାନ୍ତି ଗୁଣୀ ଜ୍ଞାନୀ
ପ୍ରକୃତି ତ ଆଜି ଦାଉ ସାଜୁଅଛି
କେହି କାହାକୁ କହୁନି।

କେତେ ଆମ୍ବ ତୋ ଟା ଗାଆଁ ମାନଙ୍କରେ
ସବୁ ଲୋପ ପାଇଲାଣି
ଗଛ ଲଗାଇବା ପରିବର୍ତ୍ତେ ଆଜି
କାଟି ସଫା କରିଲେଣି।

ଯେତେ ଭାଇ ସେତେ ଘର କଥା ଅଛି
ଶୁଣିଥିଲେ ବାବୁ ମାନେ
ନିଜ ହକ୍ ତାଙ୍କ ଛାଡିବାର ନାହିଁ
ଧନୀ ହୋଇବେ ସେମାନେ ।

ବଢ଼ି ବଢ଼ି ଚାଲେ ତାପମାତ୍ରା ଆଜି
ଆୟତ୍ତ କାହାର ନାହିଁ
ହେଉ ଅବା ଫନୀ ହେଉ ସେ ତିତିଲି
ଆସୁଛନ୍ତି ସବୁ ଧାଇଁ ।

ଆପଣା ହସ୍ତରେ ଜିହ୍ୱା କୁ ତେଜିଲେ
ପ୍ରତିବାଦ କେ କରିବ
ବୃକ୍ଷ ଲତା ସବୁ ସଫା କରିଦେଲେ
ବିପଦକୁ କେ ରୋକିବ ।

ଜଳ ହିଁ ଜୀବନ ମୁଖେ ଉଚ୍ଚା ରନ୍ତି
ଅସରନ୍ତି ସେ ସମ୍ପଦ
ବେଳୁ ହିଁ ଗୋବିନ୍ଦ ନ ଭଜି ପାରିଲେ
ମାଡ଼ି ଆସିବ ବିପଦ ।

ବଡ ବଡ ନଦୀ ସବୁ ଶୁଖୁ ଅଛି
ତା ପାଇଁ ଆମେ ତ ଦାୟୀ
ବୃକ୍ଷ ରୋପଣର ଦିବସ ପାଳୁଛେ
ଵୃକ୍ଷ ଲୋପ ପାଉଛ ଇ ।

ଅଭୟାରନ୍ୟରେ ଭୟ ନାହିଁ ତାର
ନିର୍ଭୟରେ ବଢୁ ଥିବ
ପାଣି ଓ ପବନ ଆଲୋକ ପାଇ ସେ
ବଂଶ ତା ବଢାଇ ଦେବ ।

ରକ୍ଷ୍ୟକ ହୋଇବି ଭକ୍ଷକ ସାଜିଲା
ଚୋରା କାରବାର ଚାଲେ
ବଡ଼ ବଡ଼ ବୃକ୍ଷ ଚାଲାଣ କରନ୍ତି
ପାଟି ତା ନ ଫିଟେ ଭଲେ ।

ପରୋକ୍ଷରେ ନିଜ ବିପଦ ଡା କନ୍ତି
ଲୋଭେ ବଶୀଭୂତ ହୋଇ
ଜଳ ଅମ୍ଳଜାନ ସବୁ ତ କିଣିବେ
ବିକ୍ରି କଲେ କ୍ଷତି ନାହିଁ ।

ଓଜନର ସ୍ଥିତି ହ୍ରାସ ପାଉଅଛି
ଜନ ଜୀବ ଆତ ଯାତ
ବୃକ୍ଷ ରୋପଣ କରି ନ ପାରିଲେ
ଅକାଳେ ମୃତ୍ୟୁ ନିଶ୍ଚିନ୍ତ ।

ଆମ ଭବିଷ୍ୟତ ବିପଦ ମୁଖରେ
ସତର୍କ ଟିକିଏ ହୁଅ
ପରିବେଶ ଆମ ସୁସ୍ଥ ରଖିବାକୁ
ଜଙ୍ଗଲ ସୃଷ୍ଟି କରାଅ ।

ଆବୃଦ୍ଧ ବନିତା ହୂ ଅ ସଚେତନ
ଶପଥ ଟି ନେଇଯାଅ
ପ୍ରତିଦିନ ହେଉ ଏହି ଦିବସଟି
ମୁଖରେ ସ୍ଲୋଗାନ ଦିଅ ।

ସୁସ୍ଥ ପରିବେଶ ସୁସ୍ଥ ଏ ଜୀବନ
ନିଜ ହାତେ ଗଢି ତୋଳ
ଭବିଷ୍ୟତ ଆମ ହୋଇବ ଉଜ୍ଜ୍ୱଳ
ମନେ ନ ଉଠୁ କନ୍ଦଳ ।

ଯୁବ ସଂଗଠନ ହୁଅସଚେତନ
ସବୁଆଡେ ବାର୍ତ୍ତା ଦିଅ
ଶ୍ରେଷ୍ଠ ଆଖ୍ୟା ତୁମେ ପାଇ ଅଛ ବୋଲି
କାମ ଟି କରି ଦେଖାଅ ।

ପ୍ରତି ଘରେ ଘରେ ବଗିଚା କରିଲେ
ରହିବନି ଆଉ ଡର
ନଦୀ କଡେ କଡେ ଗଛ ଲଗାଇଣ
ଚିରସ୍ରୋତା ନଦୀ କର ।

ସରକାର ଠାରୁ ଅନୁମତି ନେଇ
ଗୋଚର ବଗିଚା କର
ମାଡିଆସୁଥିବା ବିପଦ ବି ସବୁ
ନିଶ୍ଚେ ହୋଇ ଯିବ ଦୂର ।

ମାଆଙ୍କୁ ସନ୍ତୋଷ୍ଟ କରି ତ ପାରିଲେ
ଗିରି ଲଙ୍ଘି ତ ପାରିବା ।
ଧରିତ୍ରୀ ମାନଙ୍କୁ ସବୁଜ ଶାଢ଼ୀ ରେ
ସବୁଜିମା କରାଇବା ।

ମାଆ ହସିଲେ ତ ଜଗତ ହସିବ
ଉଜ୍ଜ୍ୱଳ ବି ଭବିଷ୍ୟତ
ଆଜିର ଦିନରେ ଶପ ଥ ନେବାଟି
ବୃକ୍ଷ ରୋପଣ ହେବ ତ ।

ସରିତା ମହାନ୍ତି, ଶିକ୍ଷୟିତ୍ରୀ
ବାଲିଆପାଳ, ବାଲେଶ୍ଵର