ମହିଳା ମୋର୍ଚ୍ଚା ସମାବେଶ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେଇଯାଇଛି…

ବ୍ରହ୍ମପୁର: ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପଲକ୍ଷେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ମହିଳା ମୋର୍ଚ୍ଚା ସମାବେଶ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେଇଯାଇଛି। ଏହି ‘ମହିଳା ସମାବେଶ’ରେ  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ତଥା ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କର ଯୋଗ ଦେଇଥିଲେ । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ କ୍ଷମତାକୁ ଆସିବା ପରେ ଅନେକ ମହିଳା କେନ୍ଦ୍ରିତ ଯୋଜନା ଆରମ୍ଭ କରିଛନ୍ତି। ଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରି ଏହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି । ଏପରିକି ଗତ ୮ ବର୍ଷ ଶାସନ କାଳରେ ମୋଦୀ ସରକାର ଶିକ୍ଷା, ଅର୍ଥ, ବୈଦେଶିକ, ସାମାଜିକ ସୁରକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟୀତ୍ୱ ମହିଳାମାନଙ୍କୁ ପ୍ରଦାନ କରିଛନ୍ତି। ଆତ୍ମନିର୍ଭର ଭାରତ ଗଠନରେ ମହିଳାଙ୍କ ଭୁମିକାକୁ ମୋଦି ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ।

ରିପୋର୍ଟ:ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା