ମହିଳାଙ୍କୁ ତୁରନ୍ତ ସୁରକ୍ଷା ସହାୟତା ଦେବେ ତ୍ୱରିତ ମହିଳା ଅଧିକାରୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଏଣିକି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମହିଳାଙ୍କ ସୁରକ୍ଷା ପାଇଁ ତୁରନ୍ତ ସାହାଯ୍ୟ ପହଞ୍ଚାଇବେ ମହିଳା ପୋଲିସ ଅଧିକାରୀ । ଏହି ତୁରନ୍ତ ସହାୟତା ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାରେ ୨୧ଟି ହିରୋ ପ୍ଲେଜର ଗାଡି ମୁତୟନ କରାଯାଇଛି । ଗଞ୍ଜାମ ଏସପି ବ୍ରିଜେଶ ରାଏ ମଙ୍ଗଳବାର ଦିନ ଛତ୍ରପୁର ପୋଲିସ ପ୍ୟାରେଡ ପଡ଼ିଆ ଠାରେ ଆନୁଷ୍ଠାନିକ ଭାବେ ଏହି ଗାଡି ଗୁଡିକୁ ମହିଳା ଅଧିକାରୀମାନଙ୍କୁ ହସ୍ତାନ୍ତର କରିବା ସହ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଠାକୁର ପ୍ରସାଦ, ଅଶୋକ କୁମାର ମହାନ୍ତି, ବିଜୟ କୁମାର ମଲ୍ଲିକ, ଆସିଷ୍ଟାଣ୍ଟ କମlଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ସରଜେଣ୍ଟ ସଞ୍ଜୟ ବାରିକ, ଡ଼ିଏସପି ସlମୁଏଲ ପ୍ରଧାନ, କନଷ୍ଟେବଲ ଓ ହାବିଲଦାର ସଙ୍ଘର ଗୋରଚlନ୍ଦ ତ୍ରିପାଠୀ, ସମ୍ପାଦକ ବ୍ରଜ ମୋହନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା