ମହାତ୍ମା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୬୭ତମ ଶ୍ରାଦ୍ଧ ଦିବସ…

ଭୁବେନେଶ୍ୱର (ସମୃଦ୍ଧ ଓଡିଶା) ଚିର ବନ୍ଦନୀୟ,ସ୍ମରଣୀୟ ଆଦର୍ଶ ମହାନ୍ ସାରସ୍ଵତ ସାଧକ, ସ୍ଵାଧୀନତା ସଂଗ୍ରାମୀ ତଥା ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ମହାତ୍ମା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୬୭ ତମ ଶ୍ରାଦ୍ଧ ଦିବସ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ସଫାଇ କାର୍ଯ୍ୟକ୍ରମ ସହ ଶ୍ରଦ୍ଧାସୁମନାର୍ପଣ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଶ୍ରଦ୍ଧାବଚନାର୍ପଣରେ କହିଥିଲେ ଯେ ପ୍ରତ୍ୟେକ ଓଡ଼ିଆ ଭାଷା ଭାଷୀଙ୍କ ପ୍ରାତଃ ସ୍ମରଣୀୟ କାନ୍ତକବିଙ୍କ ସେହି କାଳଜୟୀ ବନ୍ଦନା ଆମର ପ୍ରତି ମୁହୂର୍ତ୍ତର ଉଚ୍ଚାରଣୀୟ ଆଦର୍ଶ । ବିଗତ ଚାରି ଦଶନ୍ଧି ଧରି ସମ୍ବୋଧନ ଠାରୁ ଉଚ୍ଚାରଣ, ଲିଖନ ଓ ବକ୍ତବ୍ୟର ଉପସଂହାରରେ ବ୍ୟବହୃତ –” ବନ୍ଦେ ଉତ୍କଳଜନନୀ” ଆମ ଜାତିର ଆଗ୍ନେୟ ଆହ୍ବାନ ଓ ସର୍ବକାଳୀନ ଉଚ୍ଚାରଣସିଦ୍ଧ ଦର୍ଶନ । ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାପାଇଁ ୧୯୮୦ରୁ ୨୦୦୨ ପର୍ଯ୍ୟନ୍ତ ଵୈ।ଦ୍ଧିକ ସଂଘର୍ଷର ଇତିହାସ ଅନାଲୋଚିତ । ଅନ୍ୟମାନଙ୍କ ମଧ୍ୟରେ ବର୍ଷିୟାନ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ପର୍ଶୁରାମ ଦ୍ଵିବେଦୀ, ସୀତାବଲ୍ଲଭ ମହାପାତ୍ର, କାନ୍ତକବିଙ୍କ ଦାୟାଦ ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ଓ ପ୍ରଭୁ କଲ୍ୟାଣ ମହାପାତ୍ର, ଦିଲ୍ଲୀପ ଦାଶଶର୍ମା, ଅଶୋକ ପାଲଟା ସିଂହ, ଲକ୍ଷ୍ମଣ ଦାଶ, ନାରାୟଣ ଓଝା, ତନ୍ମୟ ସାମନ୍ତରାୟ, ସୈାମ୍ୟରଞ୍ଜନ ରାଉତରାୟ,ପ୍ରଭାତ କୁମାର ସାହାଣୀ, ବ୍ରଜବନ୍ଧୁ ପରିଡା, ଲଗ୍ନାଦୀପା ମିଶ୍ର, ମାନସ ରଞ୍ଜନ ସାହୁ, ପ୍ରମୋଦ ଦେବ, ନଗେନ କୁମାର ନାୟକ, ଶିବ ଶଙ୍କର ଡାକୁଆ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର