ମହମ୍ମଦ ନଗର ପାଟଣା କଲ୍ୟାଣୀ କ୍ଲବ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୩୮ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ମହମ୍ମଦ ନଗର ପାଟଣା କଲ୍ୟାଣୀ କ୍ଲବ ତରଫରୁ ସ୍ୱର୍ଗତ ସୁଧାଂଶୁ ଶେଖର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଗ୍ରାମର ବିଶିଷ୍ଟ ସମାଜସେବୀ ଗୌରୀ ଶଙ୍କର ପାଣିଗ୍ରାହୀ ଓ ଗ୍ରାମର ଗ୍ରାମ୍ୟ ମୁଖ୍ୟ ତ୍ରିଲୋଚନ ଦାସ ମିଳିତ ଭାବେ ଉଦଘାଟନ କରିଥିଲେ ଏବଂ ଏହି ରକ୍ତଦାନ ଶିବିରରେ ଅତିଥିଭାବେ ଜିଲ୍ଲା ରକ୍ତଦାତା ସଙ୍ଘର ସଭାପତି କମଲ ଚକ୍ରବର୍ତ୍ତୀ, ସଙ୍ଘର ସାଧାରଣ ସମ୍ପାଦକ ଇଂ ଡ. ହୃଷିକେଶ ସାହୁ, ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ଦାସ, କ୍ଳବର ସଭାପତି ଶ୍ରୀନାଥ ପାଢ଼ୀ, ସମ୍ପାଦକ କେଦାର ନାଥ ସେନାପତି, ଉପଦେଷ୍ଟା ନିତାୟଲାଲ ଦେ, ସଭ୍ୟ ସଞ୍ଜୟ କୁମାର ସାହୁ, ମନୋଜ କୁମାର ଦାସ, ରବୀନ୍ଦ୍ର କୁମାର ସାହୁ, ଶିବ ଶଙ୍କର ସାହୁ, ପ୍ରଦୀପ କୁମାର ଜେନା, ଚନ୍ଦନ କୁମାର ସିଟ, ଲାବଣ୍ୟ ପ୍ରଭା ଭୂୟାଁ, ଦୀପିକା ସେନାପତି ଓ ମୃତୁଞ୍ଜୟ ନାଥ ପ୍ରମୁଖ ସହଯୋଗ ଉତ୍ସାହିତ କରିଥିବା ବେଳେ ବାଲେଶ୍ବରେ ରକ୍ତ ଭଣ୍ଡାର ତତଫରୁ ଟେକ୍ନିସିଆନ ବିଜୟ ପଟ୍ଟନାୟକ, ରାଜେଶ ମିଶ୍ର, ଅଜୟ ମହାପାତ୍ର, ବିଦ୍ୟାଧର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ମୋଟ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶେଷରେ ଶାନ୍ତିରାମ ଚାନ୍ଦ ଧନ୍ୟବାଦ ଦେଇଥିଲେ । 

ରିପୋର୍ଟ : ଭୂପତି ପରିଡା