ମହମ୍ମଦନଗରପାଟଣା ପଞ୍ଚାୟତରେ କୋଭିଡ଼ର ଏଣ୍ଟିଜେନ୍ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗର ପଂଚାୟତରେ ହରିହର ଦାସଙ୍କ ମୃତ୍ୟୁ ଯୋଗୁଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏଣ୍ଟିଜେନ୍ କରୀକ୍ଷା ହୋଇଥିଲା । ଏଥିରେ ୫୦ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬ଜଣ ଓ ଚାଲନ୍ତି ଗ୍ରାମରେ ୩୨ଜଣଙ୍କ ମଧ୍ୟରୁ ୩ଜଣଙ୍କର ପଜେଟିଭ୍ ବାହାରିଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ସରପଂଚ ପ୍ରତିନିଧି ବିନୋଦ ବିହାରୀ ମହାନ୍ତି , ସମିତି ସଭ୍ୟ ଶ୍ରୀକାନ୍ତ ଭୂୟାଁ, ରାଧାଶ୍ୟାମ ସାହୁ, ସୁଦର୍ଶନ ପ୍ରମାଣିକ ଓ ଅଜିତ୍ କୁମାର ଦାସ ସହାୟତା କରିଥିବା ବେଳେ ସ୍ୱାସ୍ଥ୍ୟବିଭାଗର ଟେକ୍‌ନିସିଆନ୍ ସ୍ୱାବ ଟେଷ୍ଟ କରିଥିଲେ ।