”ମର୍ତ୍ତ୍ୟପୁରରେ ଯମରାଜ” ଚଳଚିତ୍ର ନିର୍ଦ୍ଦେଶକଙ୍କୁ ସମ୍ମାନିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସିଆଇଏଫଏଫ(CIFF-2020)ରୁ ଗଞ୍ଜାମ ପାଇଁ ଅନନ୍ୟ ଗୌରବ ଆଣିଲା ମର୍ତ୍ତ୍ୟପୁରରେ ଯମରାଜ । ଗଞ୍ଜାମ ମାଟିର ପ୍ରଥମ କ୍ଷୁଦ୍ର ଚଳଚିତ୍ର ମର୍ତ୍ତ୍ୟପୁରରେ ଯମରାଜ ଅନ୍ତର୍ରାଷ୍ଟ୍ରୀୟ ଚଳଚିତ୍ର ମହୋତ୍ସବ-୨୦୨୦ ସିଆଇଏଫଏଫ-୨୦୨୦(CIFF-2020)ରେ ଚଳିତ ବର୍ଷ ମଇ ମାସ ୨୬ ତାରିଖରୁ ଯାହାର ଅନୁଷ୍ଠାନିକ ଅନଲାଇନ ପ୍ରଦର୍ଶନୀ ସମ୍ପୂର୍ଣ୍ଣ ବିଶ୍ୱରେ ସଫଳତାର ଆୟୋଜିତ ହୋଇଯାଇଥିଲା । ସେଥିରେ ବିଶ୍ୱର ୩୬ଟି ଦେଶର ୨୯୬ଟି ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଓଡିଶାରୁ ବହୁ ସୁନାମଧନ୍ୟ ଚଳଚିତ୍ର ନିର୍ମାଣ ସଂସ୍ଥା ଏବଂ ନିର୍ମାତାଙ୍କର ଦ୍ୱାରା ମଧ୍ୟ ଅନେକ ଚଳଚିତ୍ର ଏଥିରେ ଭାଗ ନେଇଥିଲେ । ତେବେ ଏଥିରେ ଗଂଜାମ ମାଟିର ଚଳଚିତ୍ର ମର୍ତ୍ତପୁରରେ ଯମରାଜ ଯାହା ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସ୍ଥିତଧୀ ରଥଙ୍କର ଦ୍ୱାରା ନିର୍ଦ୍ଦେଶୀତ ହୋଇଥିବା ବେଳେ ଏଥିରେ ପ୍ରଯୋଜନା ଦାଇତ୍ୱ ସମ୍ଭାଳି ଥିଲେ ଵାସ୍ତୁବିତ ସାନ୍ୟାସୀ ମହାରଣା । ଇଶା ଭିଜନ(Isha Vision) ନିବେଦିତ ଦ୍ୱାରା ନିବେଦିତ ଏହି ଚଳଚିତ୍ରରେ ସ୍ଥାନୀୟ କିଛି ଉଦିୟମାନ ଯୁବ ପ୍ରତିଭା ସମ୍ପର୍ଣ୍ଣ କଳାକାର ସଦାନଦ ସାହୁ(ଯମରାଜ), ରବୀନ୍ଦ୍ର ନାଥ(ଚିତ୍ରଗୁପ୍ତ) ସାହୁ ଏବଂ କାଁହୁ ବେହେରା(ଅମାନିଆ) ଭଳି ପ୍ରମୁଖ ଭୂମିକାରେ ନିଜର ଅଭିନୟର ପାରଦର୍ଶିତା ସମ୍ପାଦନା କରିଥିଲେ । ଚଳଚିତ୍ରଟି ପୌରାଣିକ ଚରିତ୍ର ସମ୍ବଳିତ ହୋଇଥିବା କ୍ଷେତ୍ରରେ ଏଥିରେ କରୋନା ଲଢେଇ ସମୟରେ ପୋଲିସ ଏବଂ ଡାକ୍ତରଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାର ବିଷୟକୁ ଏଥିରେ ଅତି ନିଖୁଣ ଭାବରେ ଦେଖେଇବାକୁ ଚେଷ୍ଟା କରାଯାଇଥିଲା । ତେବେ କୁକୁଡାଖଣ୍ଡି ବ୍ଲକର ଛୋଟ ଏକ ଗାଁ ଆଙ୍କୁଶପୁରର କଳାକାର ସାଧାରଣ ପ୍ରଚେଷ୍ଟା ଆଜି ସମ୍ପୂର୍ଣ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ । ଏହା ଆମ ରାଜ୍ୟ ପାଇଁ, ଜିଲା ପାଇଁ ଏବଂ ବ୍ରହ୍ମପୁର ମାଟି ପାଇଁ ଏକ ସ୍ୱନ୍ତନ୍ତ୍ର ମାଇଲ ଖୁଣ୍ଟ ସ୍ଥାପନ କଲା । ତେବେ ଏଭଳି ଉପଲବ୍ଧି ଯାହା ଅଚିହ୍ନା ପଲ୍ଲୀ ଏକ ଛୋଟିଆ ଗାଁରେ ନିର୍ମିତ ଚଳଚିତ୍ର ଆଜି ସମ୍ପୂର୍ଣ ବିଶ୍ୱରେ ଚହଳ ସୃଷ୍ଟି କରିଛି ତା ପାଇଁ ଶୁଭେତ୍ସାର ସୁଅ ଛୁଟିବାରେ ଲାଗିଛି । ପ୍ରଯୋଜନା ସଂସ୍ଥା (Isha Vision), ପ୍ରଯୋଜକ ଏବଂ ନିର୍ଦେଶକ ଶ୍ରୀ ସ୍ଥିତଧି ରଥଙ୍କୁ ସିଆଇଏଫଏଫ(CIFF-2020) ଦ୍ୱାରା ବିଶେଷ ସମ୍ମାନରେ ସମ୍ମାନିତ ପୂର୍ବକ ତାଙ୍କୁ ସ୍ୱତନ୍ତ୍ର ବିଚାରକ ପୁରସ୍କାର (ବିଶେଷ ସ୍ୱତନ୍ତ୍ର ସମ୍ମାନ) ମାନପତ୍ର ପ୍ରଦାନ ସହ ଏଭଳି କାହାଣୀ ପାଇଁ ଭୁୟସୀ ପ୍ରଶଂସା କରାଯାଇଛି । ତେବେ ଏଥିରେ ଚିତ୍ର ଉତ୍ତୋଲନର ଦାଇତ୍ୱ ବସନ୍ତ ମହାରଣା କରିଥିବା ବେଳେ ଚଳଚିତ୍ରରେ ଚିତ୍ର ସମ୍ପାଦନା କରିଛନ୍ତି ବାପି ମହାରଣା ଏଥିରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଶିଶିର ପାଣିଗ୍ରାହୀ ଏବଂ ଅର୍ଜୁନ ପଣ୍ଡା ଉପଦେଷ୍ଟା ଭାବରେ ରହିଥିଲେ । ଇନସ୍ପେକ୍ଟର ଭବାନନ୍ଦ ପ୍ରଧାନ, ଦିଲେଶ୍ୱର ମିଶ୍ର ଏବଂ ଡ଼.ବିମଳ କୁମାର ପଣ୍ଡାଙ୍କର ପ୍ରେରଣାରେ ଚଳଚିତ୍ରଟିକୁ ଏମ. ମାଧବ ପାତ୍ର, ପିଙ୍କି ମହାରଣା, ବିକାଶ ମହାରଣା, ଉପେନ୍ଦ୍ର ପାତ୍ର ଚଳଚିତ୍ର ପ୍ରସ୍ତୁତ ପାଇଁ ବିଶେଷ ସହଯୋଗ ପ୍ରଦାନ କରିଥିଲେ । ଓଡ଼ିଶାର ସିଆଇଏଫଏଫ(CIFF) ମୁଖ୍ୟ ଶ୍ରୀ ସତ୍ୟବ୍ରତ ଜେନା ”ମର୍ତ୍ତପୁରରେ ଯମରାଜ” ଚଳଚିତ୍ର ଏକ ଯୁଗାନ୍ତକାରୀ ସମୟପଯୋଗୀ କାହାଣୀ ସହ ସଂଳାପ ଏବଂ ଅଭିନୟ ସମ୍ପୂର୍ଣ୍ଣ ବିଚାରକ ମଣ୍ଡଳୀକୁ ପ୍ରଭାବିତ କରିଥିଲା ବୋଲି ଖୁସି ପ୍ରକଟ କରିଛନ୍ତି । ପ୍ରଦର୍ଶନ ସମୟରେ ସର୍ବାଧିକ ଦର୍ଶକ ଏହି ଚଳଚିତ୍ରକୁ ଦେଖିଛନ୍ତି ବିଚାରକ ଏହାକୁ ଉଚ୍ଚ ପ୍ରଶଂସା କରିଥିବାର ସେ ବିଭିନ୍ନ ଗଣମାଧ୍ୟମକୁ ଅବଗତ ମଧ୍ୟ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା