ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରିଛି ବିଜେପି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜେପିର ଯୁବମୋର୍ଚ୍ଚା ପକ୍ଷରୁ ମମିତା ମେହେରା ହତ୍ୟା ଘଟଣାରେ ସଂପୃକ୍ତି ରାଜ୍ୟ ଆଇନ୍‌ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ରାଜଶ୍ରୀ ମହାନ୍ତି, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ମନମୋହନ ଆଚାର୍ଯ୍ୟ, ସ୍ୱଚ୍ଛଭାରତ ସଂଯୋଜକ କମଳଲୋଚନ ପାଳ, ତନ୍ମୟ କୁମାର ଚାନ୍ଦ, ନଗର ଯୁବମୋର୍ଚ୍ଚା ସଭାପତି ରବିନ୍ଦ୍ର ପାତ୍ର, ସାଧାରଣ ସଂପାଦକ ରାଜୀବ ଘୋଷ, ଜିତେନ୍ଦ୍ର ନାଗ, ସଂଜୟ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ସଂପାଦକ ରାମକୃଷ୍ଣ ସାହୁ ସଭାପତିତ୍ୱ କରିଥିଲେ । ବିଧାନସଭା ଘେରାଓ ବେଳେ ଜଳେଶ୍ୱରରୁ ଏକ ୧୦୦ ଜଣିଆ ଟିମ୍ ଯୋଗ ଦେଇଥିବା ସଂପର୍କରେ ଯୁବ ନଗର ସଭାପତି ରବିନ୍ଦ୍ର ପାତ୍ର କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା