ମଙ୍ଗଳାମାତା ଯୁବକ ସଂଘ ଡିଙ୍ଗାଶୋଳ ତରଫରୁ ୭ଦିନିଆ ବାର୍ଷିକ କ୍ରିକେଟ ଖେଳର ଉଦଯାପନୀ ଦିବସ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର ଡିଙ୍ଗାଶୋଳ ଖେଳପଡ଼ିଆରେ ମଙ୍ଗଳାମାତା କ୍ଲବ ଦ୍ଵାରା ଆୟୋଜିତ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ଦିବସ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଜଳେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ମୂଖ୍ୟ ବକ୍ତା ପ୍ରାକ୍ତନ ପ୍ରଧ୍ୟାପକ ବିପିନ ବିହାରୀ ବିଶ୍ବାଳ, ସମ୍ମାନୀତ ଅତିଥି ପ୍ରାକ୍ତନ ଶିକ୍ଷକ କାଳିକିଙ୍କର ଦାସ ମହାପାତ୍ର, ପ୍ରାକ୍ତନ ଶିକ୍ଷକ ଜଗନ୍ନାଥ ପଣ୍ଡା, ସାମ୍ବାଦିକ ଭୂପତି ପରିଡ଼ା, ୱାର୍ଡ଼ସଭ୍ୟ ବିକର୍ତ୍ତନ ଜେନା, ଯୁବ ଶିକ୍ଷକ ଗଗନ ବିହାରୀ ସାହୁ, ହିମାଂଶୁ ଜେନା, ହରେନ୍ଦ୍ର ଜେନା, ସୁରେଶ ଚନ୍ଦ୍ର ଜେନା, ସୁଦର୍ଶନ ଜେନା, ଯୁବ ଆଇନଜୀବି ଶଶିଭୂଷଣ ଜେନା, ବିଶ୍ୱଜିତ ପରିଡ଼ା ପ୍ରମୁଖ ଉପସ୍ଥିତ ହୋଇ ଖେଳାଳି ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଆଜି ଫାଇନାଲ ଖେଳରେ ବାରିପଦା ଓ ଡିଙ୍ଗାଶୋଳ ମଧ୍ୟରେ ହୋଇ ଡିଙ୍ଗାଶୋଳ ଦଳ ପ୍ରଥମ ସ୍ଥାନ ଓ ବାରିପଦା ଦଳ ଦ୍ବିତୀୟ ସ୍ଥାନ  ଅଧିକାର କରିଥିଲେ । ବାରିପଦା, ଗୋବର୍ଦ୍ଧନପୁର-୧, ଗୋବର୍ଦ୍ଧନପୁର-୨, କାଶିଡିହା, ବିଷ୍ଣୁପୁର, ଚୋରମରା, ବାଲିକୁଟି ଓ ଡିଙ୍ଗାଶୋଳ ଦଳ ମୋଟ ୮ ଟି ଦଳ ମଧ୍ୟରେ ଖେଳ ହୋଇ ଆଜି ତା’ର ଶେଷ ଦିବସ ଅଟେ । ଖେଳରେ ମଙ୍ଗଳାମାତା ଯୁବକ ସଂଘ ର ସଭାପତି ରବିନ୍ଦ୍ର ଜେନା, ସମ୍ପାଦକ ଦୀପକ ଜେନା ଓ ସଭ୍ୟ କିରଣ ଜେନା, ଖଗେନ୍ଦ୍ର ପରିଡ଼ା, ତ୍ରିଲୋଚନ ପରିଡ଼ା, ଚନ୍ଦନ କୁମାର ଜେନା, ଦୀପକ ଜେନା (ପପୁ) ରାଜୀବ ଜେନା, ରାଜେଶ ଜେନା, ମଦନ ମୋହନ ଜେନା ଓ ସଂଘର ଅନ୍ୟ ସଭ୍ୟମାନେ ଖେଳ ଓ ଖେଳାଳୀ ମାନଙ୍କର ଯତ୍ନ ନେବା ସହିତ ସୁଚାରୁରୂପେ ସମ୍ପାଦନା କରିଥିଲେ ଏବଂ ଏମ୍ପିଆର ଭାବେ ଅନଙ୍ଗ ଜେନା, ବିଶ୍ବମ୍ବର ନାଥ, ବନ ହାଁସଦା ଓ ଦିଲ୍ଲୀପ କୁମାର ଦାସ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ଗଗନ ବିହାରୀ ସାହୁ, ବିଶ୍ୱଜିତ ପରିଡ଼ା ଓ ସିତାରାମ ଦାସ ଭାଷ୍ୟକାର ଥିଲେ। ପ୍ରଥମ ବିଜେତା ଡିଙ୍ଗାଶୋଳ ଦଳକୁ ଅର୍ଥ ଆକାରରେ ୨୦ ହଜାର ଟଙ୍କା ଓ ଟ୍ରଫି ଏବଂ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବାରିପଦା ଦଳକୁ ଅର୍ଥ ୧୨ ହଜାର ଟଙ୍କା ଓ ଟ୍ରଫି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରା ଯାଇଥିଲା ।

ରିପୋର୍ଟ : ଭୂପତି ପରିଡା