ଭୂମିହୀନଙ୍କୁ ଜମିପଟା ବଣ୍ଟନ : ସମସ୍ତଙ୍କୁ ଘରଡିହ ଓ ପକାଗୃହ ବ୍ୟବସ୍ଥା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ କେହି ଭୋକିଲା ରହିବେ ନାହିଁ, ସେଥିପାଇଁ ମୁଖ୍ୟମନ୍ତ୍ରୀ ୧ ଟଙ୍କିଆ ଚାଉଳର ବ୍ୟବସ୍ଥା କରିଛନ୍ତି । ସେହିପରି ରାଜ୍ୟରେ କେହି ଭୂମିହୀନ, ଗୃହହୀନ ନ ରହିବା ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ଜମିଯୋଗାଇ ଆବାସ ଯୋଜନାରେ ଗୃହ ନିର୍ମାଣର ବ୍ୟବସ୍ଥା କରିଛନ୍ତି ବୋଲି ଆଜି ୭୧ ଜଣଙ୍କୁ ଜମିପଟା ବଟ୍ଟନ କରି ବିଧାୟକ ଅଶ୍ୱିନୀ ପାତ୍ର ଏହି ସୂଚନା ଦେଇଛନ୍ତି । ଆଜି ଆଦିବାସୀ ଅଧ୍ୟୁସୀତ ଖୁଆଡ ପଂଚାୟତରେ ରାଜ୍ୟ ସରକାରଙ୍କ ଭୂମୀହୀନଙ୍କୁ ଘରଡିହ ପଟା ଯୋଗାଣ ଯୋଜନାରେ ୧୩ଜଣ ଭୂମିହୀନଙ୍କୁ ବିଧାୟକ ଶ୍ରୀ ପାତ୍ର ପଟାବଣ୍ଟନ କରିଥିଲେ । ଏହି ଅବସରରେ ୨୦୧୪-୧୫ରୁ ଅଦ୍ୟାବଧି ୮୯୬ ଜଣ ଲୋକଙ୍କୁ ଏହି ଯୋଜନାରେ ଜଳେଶ୍ୱର ତହସିଲ ଅଧିନରେ ଭୂମିହୀନଙ୍କୁ ପଟା ବଣ୍ଟନ କରାଯାଇଥିବା ବେଳେ ଜଙ୍ଗଲ ଜମି ଆଇନ୍ ଅନୁଯାୟୀ ୨୦୧୮-୧୯ ମସିହାଠାରୁ ୩୧୧ ଜଣଙ୍କୁ ପଟା ବଣ୍ଟନ ହୋଇଥିବା ସେ ସୂଚନା ଦେଇଥିଲେ । ଜଳେଶ୍ୱର ତହସିଲ ଅଧିନରେ ରାଇବଣିଆର ୬ଟି ପଞ୍ଚାୟତ ଆଦିବାସୀ ଅଧ୍ୟୁସୀତ ହୋଇଥିବାରୁ ଜଂଗଲ ଜମି ଅଧିକାର ଆଇନ୍ ଅନୁଯାୟୀ ତଥା ଘରଡିହ ଜମିନଥିବା ବହୁ ଆଦିବାସୀ ଏବେବି ଏଥିପାଇଁ ଅପେକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତପନ କୁମାର ଦାସ, ସରପଂଚ ଖୁଲଣା ପାତ୍ର ଉପସ୍ଥିତ ଥିବା ବେଳେ ଜଳେଶ୍ୱର ତହସିଲଦାର ସ୍ମୃତିରଂଜନ ମଲ୍ଲିକ ପର୍ଯ୍ୟାୟକ୍ରମେ ଜଳେଶ୍ୱରର ସବୁ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯିବ ବୋଲି କହିଥିଲେ । ରାଜସ୍ୱ ସୁପର ଭାଇଜର ସୁଭେନ୍ଦୁ କୁମାର ସାହୁ, ରାଜସ୍ୱ ନିରିକ୍ଷକ ସପନ ବାସ୍କେ, ଶିବ ଶକଂର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବାଧିକ ଆଦିବାସୀ ବସବାସ କରୁଥିବା ବରଡିଆ ପଂଚାୟତରେ ୨୦ଜଣଙ୍କୁ ଏହି ଦୁଇ ଯୋଜନାରେ ଭୁମୀହୀନଙ୍କୁ ବିଧାୟକ ଜମିପଟା ପ୍ରଦାନ କରିଛନ୍ତି । ସେଠାରେ ତହସିଲଦାରଙ୍କ ସହିତ ପୂର୍ବତନ ସରପଂଚ ଅଜୟ କୁମାର ମହାନ୍ତି, ପୂର୍ବତନ ସମିତି ସଦସ୍ୟ ମୁନିନ୍ଦ୍ର କୁମାର ଧର, ମଂଗଳ ଅଧିକାରୀ ସୁଜୟ ଚନ୍ଦ ପ୍ରମୁଖ ଉପସ୍ଥିତ ଥଲେ । ଏହା ବ୍ୟତିତ ରାୟାଁରାମଚନ୍ଦ୍ରପୁର ପଂଚାୟତରେ ୧୦ଜଣ ଓ ନାମ୍ପୋଠାରେ ୨୫ଜଣ ଭୂମିହୀନ ବ୍ୟକ୍ତିଙ୍କୁ ପଟା ଦିଆଯାଇଛି ।

ରିପୋର୍ଟ : ଭୂପତି ପରିଡା