ଭୁଷୁଡିଲା ଆଜବେଷ୍ଟ ଘର : ଅଳ୍ପକେ ବର୍ତିଲେ ମହିଳା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏନଏସି ୧୧ନଂ ୱାର୍ଡରର ଉର୍ମିଲା ସେନାପତିଙ୍କ କୈାଣସି କାରଣ ବସତଃ ଏକ ପୁରୁଣା ଆଜବେଷ୍ଟ ଘରଟି ଭୁସୁଡି ପଡିଥିବା ଜଣାପଡିଛି । କିନ୍ତୁ ଘରେ କେହି ନଥିବାରୁ ଉର୍ମିଲା ଅଳ୍ପକେ ବଞ୍ଚିଯାଇଛନ୍ତି । ଘରର ସମସ୍ତ ଆସବାପତ୍ର ମାଟିରେ ମିଶି ନଷ୍ଟ ହୋଇଯାଇଛି । ଘଟଣାର ଖବର ପାଇଁ ଏନଏସିର ପୂର୍ବତନ କାଉନସିଲର ତଥା ଏନଏସି ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ ଓ ଏନଏସି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ଉର୍ମିଲା ଜଣେ ବିଧବା ମହିଳା ଏବଂ ଆର୍ଥିକ ସମ୍ବଳ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଏକ ଆବାସ ଯୋଜନାରେ ସାମିଲ କରି ସରକାରୀ ସୁବିଧା ପ୍ରଦାନ ପାଇଁ ଟି.ଚନ୍ଦ୍ର ଶେଖର ରାଓ ଏନଏସି ନିର୍ବାହି ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏନଏସି ନିର୍ବାହି ଅଧିକାରୀ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇବା ସହ ସରକାରୀ ସାହାର୍ଯ୍ୟ ମିଳିବାର ପ୍ରତିଶୃତି ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା