ଭୁବନେଶ୍ୱର ଫେରୁଛନ୍ତି ବରିଷ୍ଠ ଅଭିନେତା…

ଭୁବନେଶ୍ୱର/ବିଜୟୱାଡା (ସମୃଦ୍ଧ ଓଡିଶା) ଆଜି ହାଇଦ୍ରାବାଦରୁ ଫେରୁଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ବର୍ତମାନ ବିଜୟ ମହାନ୍ତି ବିଜୟୱାଡା ପାସ କରିଥିବା ଜଣାପଡିଛି । ସେ ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ପହଞ୍ଚିବେ । ଶ୍ରୀ ମହାନ୍ତି ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଯାଉଛି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ଭୁବନେଶ୍ୱର ଆସିବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବେ । ସୂଚନା ଯେ, ସେ ମଇ ୨୭ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌କୁ ଚେକ୍‌ଅପ୍ ପାଇଁ ଯାଇଥିବା ବେଳେ ହୃଦ୍‌ଘାତର ଶିକାର ହୋଇଥିଲେ । ସେହିଦିନ ଠାରୁ ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସେ ଭୁବନେଶ୍ୱର ଫେରୁଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା