ଭୀମନଗରୀଥାନର ସାଧାରଣ ବାର୍ଷିକ ଅଧିବେଶନ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଳକ ଭୀମନଗରୀଥାନର ସାଧାରଣ ବାର୍ଷିକ ଅଧିବେଶନ ଥାନ ପାତ୍ର ଗୋବର୍ଦ୍ଧନ ନାୟକଙ୍କ ସଭାପତିତ୍ବରେ ମାର୍ଚ୍ଚ ମାସ ୧୪ ତାରିଖ ତଥା ଗତକାଲି ଝାରଦାଗ୍ରାମର ଗିରିଧାରୀ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଲକ୍ଷ୍ମୀ ନାରାୟଣ ପୁଟୁଳି ବୈଶ୍ୟ ସମାଜ କେନ୍ଦୁପାଟଣା କେନ୍ଦ୍ରୀୟ ସଭାପତି ରଶ୍ମି କାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟରେ ଶ୍ରୀ ସାହୁ ଯୁବପିଢି ଓ ମହିଳା ମାନେ ସାମିଲ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ସମ୍ପାଦକ ସନ୍ତୋଷ କୁମାର ସାହୁ, କେନ୍ଦ୍ରୀୟ ସଂଗଠନ ସଂପାଦକ ସୁଶାନ୍ତ କୁମାର ପୃଷ୍ଟି, ରାହାମା ଥାନ ସମ୍ପାଦକ ରାଜ କିଶୋର ସାହୁ ଜାତିର ଐତିହ ଓ ଆଗାମୀ ଯୋଜନା ସମ୍ବନ୍ଧରେ ପରାମର୍ଶ ଦେଇଥିଲେ । ଥାନ ସମ୍ପାଦକ ବିଜୟ କୁମାର ପୃଷ୍ଟି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲା ବେଳେ ସଭ୍ୟ ଦ୍ୱାରିକା ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ଥାନ ପାତ୍ର ଗିରିଧାରୀ ସାହୁ, ନୃସିଂହ ଚରଣ ନାୟକ, ସଭ୍ୟ ମୋହନ କୁମାର ସାହୁ, ଶରତ ଚନ୍ଦ୍ର ପୃଷ୍ଠିଙ୍କୁ ମାନପତ୍ର ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିନାୟକ ମହାନ୍ତି ଶ୍ଳୋକ ପାଠ ପଢିଥିଲେ । କେନ୍ଦ୍ରୀୟ ସହସମ୍ପାଦକ ରବୀନ୍ଦ୍ର ନାଥ ସାହୁ ଅସୁସ୍ଥତା ଯୋଗୁଁ ଆସି ନ ପାରି ବାର୍ତ୍ତା ପ୍ରଦାନ କରିଥିଲେ । ଏହି ସଭାରେ ପ୍ରାୟ ୮୦ ଜଣ ଯୋଗଦାନ କରିଥିଲେ ।