ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନାଡ଼ାଙ୍କ ମଣ୍ଡଳ ପ୍ରଶିକ୍ଷଣ କାର୍ଯ୍ୟ ଯୋଜନାରେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ହୁମ୍ମା ମଣ୍ଡଳ ପକ୍ଷରୁ ରାମଗଡ଼ ପଞ୍ଚାୟତର ରଘୁନାଥପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ମଣ୍ଡଳ ପ୍ରଶିକ୍ଷଣ ଶିବିର ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଭାରତୀୟ ଜନତାପାର୍ଟି ସମ୍ଭନ୍ଧରେ ଏବଂ ରାଷ୍ଟ୍ରୀୟ ବିଚାର ବିଷୟରେ ଅବଗତ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟତଃ ଭାରତୀୟ ଜନତାପାର୍ଟିର ଇତିହାସ ଓ ବିକାଶ, ଭାରତୀୟ ମୁଖ୍ୟ ବୈଚାରିକ ଧାରା, ବିଚାର ପରିବାର, ଭାଜପା ଓ ଆମର ଦାୟିତ୍ୱ, ରାଜ୍ୟର ରାଜ୍ୟନୈତିକ ପୃଷ୍ଟଭୂମି, ନିର୍ବାଚନ ପରିଚାଳନା, ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟ ବିପଦ୍ଧତି ସମ୍ଭନ୍ଧରେ ଯଥାକ୍ରମେ ଗଙ୍ଗାଧର ଶତପଥି, ଲକ୍ଷ୍ମୀନାରାୟଣ ପଣ୍ଡା, ଶିବ ଶଙ୍କର ଶତପଥି, ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ପ୍ରମୁଖ ବିଷଦ ଭାବରେ ଆଲୋଚନା କରିଥିଲେ । ଜିତେନ୍ଦ୍ର ଦଳାଇ,ଜଗଦାନନ୍ଦ ନାୟକ ଓ ପ୍ରକାଶ ଚାନ୍ଦ ନାୟକ କାର୍ଯ୍ୟକ୍ରମ ସଂଚାଳିତ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ସୁଦାମ ଚରଣ ଜେନା, କାନ୍ତାରୀ ଦଳାଇ, ଭୀମସେନ ବେହେରା, ଜିତେନ୍ଦ୍ର ଦଳାଇ, ମନୋରଞ୍ଜନ ନାହାକ, ଜୋହଲା ସାର, ପ୍ରକାଶ ନାହାକ ପ୍ରମୁଖଙ୍କ ସମେତ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା