ଭାରତରେ ଗରୀବ ସଂଖ୍ୟା ଅଧିକ ଯୋଗୁଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ମୃତ୍ୟୁସଂଖ୍ୟା ବଢାଇପାରେ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)କେନ୍ଦ୍ର ସରକାର ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ କୌଣସି ପୂର୍ବ ବ୍ୟବସ୍ଥା ନ କରି ଲକଡାଉନ ଘୋଷଣା କରିବା ଫଳରେ ଛାନିଆ ପରିସ୍ଥିତି ଓ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଛି। ଏଭଳି ପଦକ୍ଷେପ ଯୋଗୁଁ ଅଧିକ ସଂଖ୍ୟାରେ ମୃତ୍ୟୁ ହେବ ବୋଲି କଂଗ୍ରେସ ଦଳର ଯୁବରାଜ ରାହୁଲ ଗାନ୍ଧୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ରାହୁଲ କହିଛନ୍ତି ଯେ , ଭାରତର ସ୍ଥିତି ଅନ୍ୟାନ୍ୟ ଦେଶ ଅପେକ୍ଷା ଟିକେ ଭିନ୍ନ ଅଟେ । ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପଦକ୍ଷେପ ନେଉଥିବା ଅନ୍ୟ ଦେଶ ଅପେକ୍ଷା ଆମକୁ ଭିନ୍ନ ପଦକ୍ଷେପ ଗ୍ରହଣ କରିବାର ଥିଲା । ନିତିଦିନିଆ ରୋଜଗାର ଉପରେ ନିର୍ଭର କରୁଥିବା ଶ୍ରମଜୀବୀ ଲୋକମାନେ ବା ଦିନ ମଜୁରିଆଙ୍କ ସଂଖ୍ୟା ଭାରତରେ ଅଧିକ ହୋଇଥିବାରୁ ସମ୍ପୂର୍ଣ୍ଣ ଅର୍ଥନୀତିକ କାରବାର ବନ୍ଦ କରିଦେବା କଷ୍ଟକର ହୋଇପଡ଼ିଛି ବୋଲି ରାହୁଲ କହିଛନ୍ତି । ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ର ପରିଣାମ ଭୟଙ୍କର ହେଉଛି ଯାହାକି ମୃତ୍ୟୁସଂଖ୍ୟାକୁ ବଢ଼ାଇବ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

ରିପୋର୍ଟ : ସୁଧାଂଶୁ ଶେଖର