ଭାପୁର ଗ୍ରାମ ପଞ୍ଚାୟତରେ ଡୋର ଟୁ ଡୋର ସ୍କ୍ରିନିଙ୍ଗ, ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ମହାମାରୀର ମୁକାବିଲା ନିମନ୍ତେ ବିଧାୟକ ସୁଧୀର କୁମାର ସାମଲଙ୍କ ପରାମର୍ଶ ଓ ସହଯୋଗରେ ବିଧାୟକଙ୍କ ପ୍ରତିନିଧି ନରୋତ୍ତମ ସାହୁଙ୍କ ଦିଗଦର୍ଶନ କ୍ରମେ ଯୁବ ନେତା ସମାଜସେବୀ ଇଂ ଶୁଭ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଭାପୁର ଗ୍ରାମ ପଞ୍ଚାୟତରେ ଡୋର ଟୁ ଡୋର ସ୍କ୍ରିନିଙ୍ଗ, ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ଗୁରୁଦେବ ଜି ସୁରକ୍ଷା ମିଶନର ଆବାହକ ଇଂ ସୌମ୍ୟବ୍ରତ ସାହୁ ଓ ଟିମ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ । ସ୍ଥାନୀୟ ସରପଞ୍ଚ, ନାଏବ ସରପଞ୍ଚ, ବିଜେଡି ପଂଚାୟତ ସଭାପତି ସୂର୍ଯ୍ୟ ପୃଷ୍ଟି, ଆଡ଼ଭୋକେଟ ଲକ୍ଷ୍ମୀଧର ପଣ୍ଡା ଟିଟୁ ମହାପାତ୍ର, ଫକୀର ସେଠି ପ୍ରମୁଖ କର୍ମୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପର୍ଯ୍ୟାୟକ୍ରମେ ଏହା ସଦରବ୍ଲକର ସମସ୍ତ ପଞ୍ଚାୟତରେ କରାଯିବ ବୋଲି ବିଧାୟକଙ୍କ ନିର୍ଦେଶ ରହିଛି ଓ ଜନସାଧାରଣ ସୁରକ୍ଷା ପାଇଁ ସବୁକିଛି କରାଯିବ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି । ବିଧାୟକଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।