ଭାଗିରଥି ସାଗରର ପୁନରୁଦ୍ଧାର ପାଇଁ ପରିଦର୍ଶନ କଲେ ପୌରନିର୍ବାହୀ ଅଧିକାରୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଗାନ୍ଧିମନ୍ଦିର ରୋଡ଼ ନିକଟବର୍ତ୍ତୀ ଭାଗିରଥି ସାଗରକୁ ପରିଦର୍ଶନ କରିଛନ୍ତି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ । ଦୀର୍ଘଦିନ ହେଲା ଏହି ଭାଗିରଥି ସାଗରଟି ଅପରିଷ୍କାର ହୋଇ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିବା ଦ୍ୱାରା ଦୂଷିତ ହୋଇ ପଡି ରହିଛି । ଦଳ ପଙ୍କ ଦ୍ୱାରା ଆଚ୍ଛାଦିତ ପୋଖରୀଟି ମଦନ ମୋହନଙ୍କ ଚପାଖେଳ ହେବାରେ ବାଧା ସୃଷ୍ଟି କରିଆସୁଛି । ଅନେକ ଦିନ ହେଲା ଅଂଚଳବାସୀଙ୍କ ଦ୍ଵାରା ବାରମ୍ବାର ଏଥିନେଇ କତ୍ତୃପକ୍ଷକୁ ଜଣାଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା କିନ୍ତୁ ବହୁ ଦିନ ପରେ ପୌରପାଳିକା କତ୍ତୃପକ୍ଷ ଏଥିନେଇ ଆଗ୍ରହ ସୃଷ୍ଟି କରିବା ସହ ଆଜି ପୋୖରାନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଭାଗୀରଥି ସଗାରରକୁ ପରିଦର୍ଶନ କରିଛନ୍ତି । ଯଥାଶୀଘ୍ର ଏହାର ପୁନରୁଦ୍ଧାର କରାଜୀବ ବୋଲି ନିଜର ମତ ରଖିବା ସହ ଏହାର ପୁନରୁଦ୍ଧାର କାର୍ଯ ଆରମ୍ଭ କରାଯିବ ବୋଲି କଥା ଦେଇଛନ୍ତି ବୋଲି ଜଣାଯାଇଛି ।