ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ପଣ୍ଡା କଲୋନୀ ଠାରେ ରହିଥିବା ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ମଙ୍ଗଳବାର ଗରିବ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଗତ ମଇ ୧୪ ତାରିଖରୁ ଏଭଳି ରନ୍ଧାଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ପ୍ରତିଦିନ ପ୍ରାୟ ୧୫୦ ଜଣରୁ ଉଦ୍ଧ୍ୱର୍ ଅସହାୟ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଉଥିବା ଭାଗବତ ଟୁଙ୍ଗିର ପ୍ରତିଷ୍ଠାତା ସୁଜନ ଶୁକ୍ଳା କହିଛନ୍ତି । ଏଥିସହ ସହରରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରାଯାଉଛି । ଏଭଳି କାର୍ଯ୍ୟକ୍ରମ ଲକ୍‌ଡ଼ାଉନ୍‌ ଶେଷ ହେବା ଯାଏଁ ଜାରି ରହିବ ବୋଲି ଭାଗବତ ଟୁଙ୍ଗି ପ୍ରତିଷ୍ଠାତା ସୂଚନା ଦେଇଛନ୍ତି । ଏଥିରେ ନବୀନର ସମ୍ପାଦକ ରବି ରଥ, ପ୍ରକାଶିକା ମଞ୍ଜୁ ରଥ, ସନ୍ତୋଷ ସାହୁ, ମଳୟ ବିଷୋୟୀ, ସୁବାଷ ବେହେରା, ଇଂ.ଅପୂର୍ବ ପଟ୍ଟନାୟକ, ଦେବାଶିଷ ପାତ୍ର, ଏସ.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ବୋଲି ଭାଗବତ ଟୁଙ୍ଗି ପ୍ରତିଷ୍ଠାତା ସୁଜନ ଶୁକ୍ଲ ଜଣାଇଛନ୍ତି ।