ଭାଗବତ କଥାମୃତ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ନଛିମପୁର ପଂଚାୟତ ଅଧିନ ବେଲି ଗୋପିନାଥପୁର ଗ୍ରାମରେ ଶ୍ରୀଶ୍ରୀ ଦ୍ରାରୁବ୍ରହ୍ମ ଭାଗବତଜୀଉ ମନ୍ଦିର ପରିସରରେ ଭାଗବତ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୩୦ରୁ ଉର୍ଦ୍ଧ୍ୱ ଭକ୍ତ ଯୋଗ ଦେଇଥିବା ବେଳେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇ ଭାଗବତପାରାୟଣ ଶ୍ରବଣ କରିଛନ୍ତି । ପ୍ରତ୍ୟେକ ସଂଧ୍ୟାରେ ଭାଗବତ ପାଠ, ଭଜନ କୀର୍ତ୍ତନ, ପ୍ରଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୧୨ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ କଳିଯୁଗରେ ହରିନାମ ମହାମନ୍ତ୍ରର ପ୍ରତିଷ୍ଠା ଏହାର ମୂଳମନ୍ତ୍ର ବୋଲି ଆୟୋଜକମାନେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା