ଭଲିବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ବିଜେଡି ନେତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଶାସନ (ଲାଡିଗାଁ)ରେ ଗତ ବୁଧବାର ଠାରୁ ଚାଲିଥିବା ଡୁଗୁ ଓ ଲୁଲୁ ସ୍ମାରକୀ ଶ୍ରୀ ବ୍ରହ୍ମେଶ୍ବର ଭଲିବଲ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଆଜି ଯୁବ ବିଜେଡ଼ି ଛାତ୍ରଙ୍କ ବିରାଟ ସମାବେଶରେ ଭଲିବଲ କ୍ଳବ ପକ୍ଷରୁ ଅତିଥି ଭାବେ ଯୋଗ ଦେଇଥିବା ସୁଖଦୁଃଖର ସାଥୀ, ଅସମୟର ବନ୍ଧୁ ତଥା ବିଜେଡି ଯୁବନେତା ଏମ୍. ନିରଞ୍ଜନ ରେଡ୍ଡୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଗନ୍ତବ୍ୟ ସ୍ଥଳକୁ ପାଛୋଟି ନିଆଯାଇଥିଲା । ସେହିପରି ଅନ୍ୟତମ ଅତିଥି ସମାଜସେବୀ ରଞ୍ଜନ କୁମାର ସାହୁ, ରାଜ୍ୟ ବିଜେଡି ଛାତ୍ର ସଂପାଦକ ସୁନୀଲ ମହାଙ୍କୁଡ, ଯୁବନେତା ସମୀର ସ୍ବାଇଁ, ନୀଳମାଧବ ପାତ୍ର, ଶ୍ରୀକାନ୍ତ ପଣ୍ଡା, ଲକ୍ଷଣ ରେଡ୍ଡୀ, ଗଣେଶ ରେଡ୍ଡୀ, ସୁଧାଂଶୁ ଶେଖର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଶ୍ରୀ ରେଡ୍ଡୀ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜିକାର ଦ୍ବିତୀୟ ସେମିଫାଇନାଲରେ ମ୍ୟାଚରେ କୁକୁଡ଼ାଖଣ୍ଡି ବ୍ଳକ ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ଭଲିବଲ ଟିମ୍ ପ୍ରତିପକ୍ଷ ବ୍ରହ୍ମପୁରର ପାୱାର ସିକ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପାୱାର ସିକ୍ସ ଦଳ କୁମ୍ଭଝରିକୁ ୨-୧ ସେଟ ବ୍ୟବଧାନରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇପାରିଛି । ଆରତ କୁମାର ମିଶ୍ର ମ୍ୟାଚରେ ରେଫରି ଦାୟିତ୍ଵ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିପ୍ରଚରଣ ଦାସ, ଅମୀୟ କୁମାର ଦାସ, ସନ୍ତୋଷ କୁମାର ଦାସ, ରୋହିତ କୁମାର ଦାସ, ସୁଶୀଲ କୁମାର ଦାସ, ତନ୍ମୟ ପଣ୍ଡା, ରାଜା ଦାସ, ଦୀପକ ଶତପଥୀ, ଉମେଶ ଦାସ, ରିଙ୍କୁ ଦାସ, ବିଷ୍ଣୁପ୍ରସାଦ ଦାସ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।