ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ଶୈବପୀଠ : ଏଣେ ଶେଷ ସୋମବାର,କାର୍ତ୍ତିକ ପୁର୍ଣିମା ଓ ପଞ୍ଚକ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଆଜି କାର୍ତ୍ତିକ ମାସର ଶେଷ ସୋମବାର ଯୋଗୁଁ ଲିଙ୍ଗରାଜ ମନ୍ଦିର ସହିତ ସମସ୍ତ ଶୈବପୀଠ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହାସହ ଆଜି ପବିତ୍ର ପଞ୍ଚକ ବ୍ରତର ଚତୁର୍ଥ ଦିନ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା।  ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ବଡ଼ି ଭୋରରୁ ଶିବ ମନ୍ଦିରଗୁଡ଼ିକର ଦ୍ୱାର ଫିଟା ହୋଇଛି। ତେବେ ଆଜି ଶେଷ ସୋମବାର ହୋଇଥିବାରୁ ଉଭୟ ଶ୍ରୀଲିଙ୍ଗରାଜଙ୍କ ପୀଠ ସହ ଧବଳେଶ୍ୱର ଏବଂ ପୁରୀରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକମାନେ ଭୋରରୁ ମହାଦେବଙ୍କୁ ଦର୍ଶନ କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ସଜାଗ ରହିଥିବା ଦେଖିବାକୁ ମିଳୁଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା