ବ୍ୟକ୍ତି ବିଶେଷ ଅର୍ଥ କାରବାର ବିଷୟରେ ଆୟକର ବିଭାଗକୁ ଅବଗତ କରିବା ପାଇଁ ସୂଚନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସାଧାରଣ ନିର୍ବାଚନ ସମୟରେ ସମସ୍ତ ଆର୍ଥିକ କାରବାର ଉପରେ କଡା ନଜର ରଖିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଗଞ୍ଜାମଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାର ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଏ ବାବଦରେ ସଚେତନ ହେବା ପାଇଁ ନିବେଦନ କରିଛନ୍ତି । ଯେକୌଣସି ଅର୍ଥ ଦେଣନେଣ ସମ୍ପର୍କରେ ଆୟକର ବିଭାଗ ଓଡିଶାଙ୍କ ସହ ଯୋଗାଯୋଗ କରିବା ପାଇଁ ହ୍ଵାଟସ ଅପ ନମ୍ବର ୯୪୩୮୯୧୭୯୧୫ ଏବଂ ଇ-ମେଲ ଠିକଣା [email protected] ଜାରୀ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା