ବ୍ଲକ ଅଧ୍ୟକ୍ଷାଙ୍କୁ କଣମଣା ପଞ୍ଚାୟତରେ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସଙ୍କ ସମେତ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କୁ କଣମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାପଡିଛି । ପ୍ରାରମ୍ଭରେ ତରେଇପାଟପୁର ଗ୍ରାମରେ ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧୀ ଏବଂ ନେତାଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପଞ୍ଚାୟତର ପୁରୁଣାଛତ୍ରପୁର, ଟାକିରିଆବ୍ରହ୍ମପୁର, କଣମଣା, ଚଷାକଣମଣା, ମାଟିଖାଲ ସମେତ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ କଣମଣା ପଞ୍ଚାୟତର ବିଜେଡି ନେତା ତଥା ଆଇନଜିବୀ ପି.ଧର୍ମା ରେଡ୍ଡୀ, ପୂର୍ବତନ ବିଧାୟକଙ୍କ ପ୍ରତିନିଧୀ ଏନ.ୱାର୍ଦ୍ଧରାଜୁଲୁ ରେଡ୍ଡୀ, ବାଦଲ କୁମାର ବେହେରା, ନାଏବ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ ଓ ଏସ.କିଶୋର ରେଡ୍ଡୀ, ଯୁବନେତା ବାପି ଦାସ, ପୁର୍ବତନ ସମିତି ସଭ୍ୟ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ, ଜ୍ୟୋତି ରଂଜନ ସାହୁ ଓ ଅଶୋକ କୁମାର ପାଣିଗ୍ରାହୀ, ପୂର୍ବତନ ବ୍ଲକ ବିଜେଡି ସଭାପତି ସପନେଶ୍ୱର ନାହାକ, ଜଗନ୍ନାଥ ସାବତ, ବିଜୟ କୁମାର ପଣ୍ଡା, ଭବାନୀ ପାଣିଗ୍ରାହୀ ଜି.ଦିଲେଶ୍ୱର ରେଡ୍ଡୀଙ୍କ ସମେତ ବହୁ ସମର୍ଥକ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା