ବ୍ରାଉନ୍‌ସୁଗର କାରବାରରେ ଲିପ୍ତ ୨ ଯୁବକକୁ ଧରି ପୋଲିସ୍ ଜିମା ଦେଲେ ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଙ୍ଗରୁ ଓଡିଶାର ଜଳେଶ୍ୱରକୁ ବ୍ୟାପକ ବ୍ରାଉନ୍‌ସୁଗର ଆସୁଥିବାର ଆଉ ଏକ ଜ୍ୱଳନ୍ତ ନିଦର୍ଶନର ପ୍ରମାଣ ଆଜି ମିଳିଛି । ଏବେ ବ୍ରାଉନ୍‌ସୁଗର ବ୍ୟବସାୟୀ ସହର ଛାଡି ଗ୍ରାମାଞ୍ଚଳକୁ ଅଧିକ ଆଦରି ନେଇଛନ୍ତି । ତେଣୁ ଗ୍ରାମାଞ୍ଚଳର ଯୁବକମାନଙ୍କୁ ଏହି କାର୍ଯ୍ୟରେ ବଡବଡ ବ୍ୟବସାୟୀମାନେ ଲଗାଉଥିବାର ଦେଖିବାକୁ ମିଳିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗାଁର ଦିଲ୍ଲିପ କୁମାର ହୁଇ ଏପରି କାର୍ଯ୍ୟରେ ଲିପ୍ତଥିବା ଆଜି ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ମୁର୍ଷିଦାବଦ ଅଞ୍ଚଳର ଜନୈକ ଯୁବକ ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ଗାଁରେ ଘରଭଡାରେ ରହୁଥିଲା । ସେ ମୁର୍ଷିଦାବାଦ ଅଞ୍ଚଳରୁ ଏପରି ମାଦକଦ୍ରବ୍ୟ ଆଣି ଭଲ ବେପାର କରୁଥିଲା । ଆଜି ଏହି ପଶ୍ଚିମବଂଗୀୟ ଯୁବକ ମହିଁସାମୁଣ୍ଡାସ୍ଥିତ ଦିଲ୍ଲିପ ହୁଇଙ୍କ ଘରକୁ ଆସି ବ୍ରାଉନ୍‌ସୁଗର ଦେବାବେଳେ କେତେକ ଗ୍ରାମବାସୀ ଦିଲ୍ଲିପକୁ ଅଟକ ରଖି ପଚରାଉଚରା କରିଥିଲେ । ପରେ ଆରୁହା ଗ୍ରାମରୁ ବଂଗୀୟ ଯୁବକକୁ ପଚରା ଉଚରା କରିବା ସହ ଜଳେଶ୍ୱର ପୋଲିସକୁ ଜିମା ଦେଇଛନ୍ତି । ଅଟକ ଦୁଇ ଯୁବକଙ୍କ ବୟାନ ଅନୁଯାୟୀ ଆଜି ଅପରାହ୍ନରେ ଜଳେଶ୍ୱର ଷ୍ଟେସନ ବଜାରରସ୍ଥିତ ମିଲ କଲୋନୀରେ ଏକ ନିର୍ଦ୍ଦିଷ୍ଟ ଘର ଉପରେ ପୋଲିସ୍ ଚଢାଉ କରିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଚଢାଉ ଜାରି ରହିଥିଲା ।

ରିପୋର୍ଟ : ଭୂପତି ପରିଡା